ରୋଗୀ ମୃତ୍ୟୁ ନେଇ ପିପିଲି ଡାକ୍ତରଖାନାରେ ଉତ୍ତେଜନା, ପୁଲିସ ମୂତୟନ

ପିପିଲି: ପୁରୀ ଜିଲ୍ଲା ପିପିଲି ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ଅନୁପସ୍ଥିିତି ଓ ଚିକିତ୍ସା ଅବହେଳା ଯୋଗୁଁ ଜଣେ ୪୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ତାଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ଏପରିକି ସମ୍ପର୍କୀୟଓ ଗ୍ରାମବାସୀମାନେ ମୃତ ଯୁବକଙ୍କ ମୃତଦେହ ଡାକ୍ତରଖାନାରେ ରଖି ବସି ରହିଥିବାାରୁ ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଖବର ପାଇ ପିପିଲି ପୁଲିସ ପକ୍ଷରୁ ସେଠାରେ ଫୋର୍ସ ମୂତୟନ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ପିପିଲି ଥାନା ପଦ୍ମ କଇଁରୀ ଗ୍ରାମରେ ନିଜ ଶ୍ୱଶୁର ଘରେ ରହୁଥିବା ଗୋପ ଥାନା ଅନ୍ତର୍ଗତ ନାଗପୁର ଗ୍ରାମର ଗଜେନ୍ଦ୍ର ମୁଦୁଲି(୪୦ ବର୍ଷ) ଗତକାଲି ରାତିରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ପିପିଲିି ସରକାର ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ନ ଥିବାରୁ ତାଙ୍କର ଚିକିତ୍ସା ବିଳମ୍ବିତ ହୋଇଥିଲା। ଉପସ୍ଥିତ ଥିବା ଫାର୍ମାସିଷ୍ଟ ଦୀର୍ଘ ସମୟ ପରେ ଗଜେନ୍ଦ୍ରଙ୍କର ମୃତ୍ୟୁ ଘଟିଥିବା କହିବା ପରେ ମୃତ ଗଜେନ୍ଦ୍ରଙ୍କ ସମ୍ପର୍କୀୟମାନେ ସେଠାରେ ହୋ ହଲ୍ଲା ସହିତ ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ଘଟିଲା ବୋଲି ଅଭିଯୋଗ କରିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସେଠାରେ ପୁଲିସ ମୂତୟନ କରାଯାଇଛିି। ଖବର ପାଇ ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଘଟଣାସ୍ଥଳରେ ପହଞ୍ଚିି ଲୋକମାନଙ୍କୁ ବୁଝା ଶୁଝା କରିବା ସହିତ ଘଟଣାର ତଦନ୍ତ ପାଇଁ ପୁରୀ ସିଡିଏମଓଙ୍କ ସହିତ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର