କୋରାପୁଟ: ଅବ୍ୟବସ୍ଥା ମଧ୍ୟରେ ସମାପ୍ତ ହେଲା ଅଗ୍ନିଗାଙ୍ଗାମ୍ମା ଠାକୁରାଣୀ ଯାତ୍ରା

ବ୍ୟବସାୟିକ ପାଲଟି ଯାଇଛି ଯାତ୍ରା, ଭକ୍ତଙ୍କ ଭାବାବେଗଙ୍କ ସହ ଖେଳ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ନିଲାବାଡି ଗାଁରେ ମାଁ ଅଗ୍ନିଗାଙ୍ଗାମ୍ମାଙ୍କ ନବଦିନ ବ୍ୟାପି ଘଟଯାତ୍ରା ବୁଧବାର ସମାପ୍ତ ହୋଇଛିା ତିନୋଟି ରାଜ୍ୟ (ଓଡିଶା, ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ)ର ଭକ୍ତ ମାନଙ୍କର ପ୍ରତ୍ୟକ୍ଷ ଦେବୀ ଭାବେ ପରିଚିତ ଅଗ୍ନିଗାଙ୍ଗାମ୍ମାଙ୍କ ଦର୍ଶନ ସକାଶେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ମଙ୍ଗଳବାର ରାତିରେ ପ୍ରବଳ ଗହଳି ହୋଇଥିଲାା

ପ୍ରଶାସନ ଓ ସ୍ଥାନୀୟ କମିଟିର ମିଳିତ ସହାୟତାରେ ନବଦିନ ବ୍ୟାପି ଘଟଯାତ୍ରା ଅନୁଷ୍ଠିତ ହୋଇଥିଲେ ମଧ୍ୟ ବିଭିନ୍ନ ପ୍ରକାର ଅବ୍ୟବସ୍ଥାରେ ଏହି ଯାତ୍ରା ସମାପ୍ତ ହୋଇଛିା ଟ୍ରାଫିକ୍‌ ବ୍ୟବସ୍ଥା ସକାଶେ ଏତେ ପରିମାଣରେ ୪ ଚକିଆ ଗାଡିଗୁଡିକ ଅସୁବିଧାର ସମ୍ମୁଖୀନ ହୋଇଥିଲେ କି ସେମାନେ ମନ୍ଦିରକୁ ଯିବାକୁ ସକାଶେ ୨ କିଲୋମିଟର ପାଇଁ ୩ ଘଣ୍ଟାରୁ ଅଧିକ ସମୟ ଲାଗିଥିଲାା

ପ୍ରଶାସନର କୌଣସି ଅଧିକାରୀଙ୍କ ଦେଖା ଦର୍ଶନ ନଥିବା ବେଳେ ରାଜସ୍ୱ ନିରୀକ୍ଷକ ଜଣକ ମଧ୍ୟ ଅବ୍ୟବସ୍ଥାକୁ ସ୍ୱୀକାର କରିଥିଲୋ ନକ୍ସଲ ଅଧ୍ୟୁଷିତ ଦର୍ଶାଇ ସାଧାପୋଷାକରେ ପୁଲିସ ମୃତୟନ ହୋଇଥିବା କୁହାଯାଇଥିବା ବେଳେ କୌଣସି ପୁଲିସ କିମ୍ବା ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଦେଖାଦର୍ଶନ ନଥିଲାା ଦୁରଦୁରାନ୍ତରରୁ ଭକ୍ତ ମାନେ ଆସି ପାଣିଟୋପାଏ ପାଇଁ ଡହଳ ବିକଳ ହେଉଥିଲୋ ଅସ୍ୱାସ୍ଥ୍ୟକର ପରିସ୍ଥିତିରେ ଖାଦ୍ୟ ଓ ପାନୀୟ ବିକ୍ରୟ କରାଯାଉଥିବା ବେଳେ କମିଟି ତରଫରୁ କୌଣସି ସୁବନ୍ଦୋବସ୍ତ କରାନଯାଇ ବ୍ୟବସାୟୀକ ଯାତ୍ରା ପାଲଟାଇ ଦେଇଥିବା ଶହ ଶହ ଭକ୍ତ ଅଭିଯୋଗ କରିଛନ୍ତିା

ଗାଡି ପାର୍କିଂର ବ୍ୟବସ୍ଥା ଆଦୌ ଠିକ୍‌ ନଥିବା ବେଳେ ମିନାବଜାର ଓ ମୌତକାକୁଆଁର ଭରଫୁର ଫାଏଦା ଉଠାଇଥିଲେ ଦର୍ଶକା ମନ୍ଦିରର ଉଭୟ ପାର୍ଶ୍ୱର ପ୍ରାୟ ୪ କିଲୋମିଟ ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ ଜମିରହିଥିବା ବେଳେ ଯୁବତୀ ମାନେ ଅଧିକ ସମସ୍ୟାର ସମ୍ମୁଖୀନ ହୋଇ ଗହଳି ଭିତର ଦେଇ ମନ୍ଦିର ନିକଟକୁ ପହଞ୍ଚି ପାରୁଥିଲୋ

ସମ୍ବନ୍ଧିତ ଖବର