ପୁଲିସକୁ କାମୁଡି କୋଇଲା ମାଫିଆ ଫେରାର

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ପୁଲିସ ଓ କୋଇଲା ମାଫିଆଙ୍କୁ ନେଇ ମଙ୍ଗଳବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଆଜି ଭୋର ସମୟରେ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଏକ କୋଇଲା ବୋଝେଇ ଗାଡ଼ିକୁ ଅଟକାଇ ଥିଲା। ଏହି ସମୟରେ ଚଳନ୍ତା ଟ୍ରେନ୍‌ରୁ କୋଇଲା ଚୋରି କରି ଚାଲାଣ କରୁଥିବା ଜଣେ ମାଫିଆ ପୁଲିସ ହାତରେ ଧରାପଡ଼ିଥିଲା। ଏହାପରେ ଅଭିଯୁକ୍ତକୁ ଧରି ପୁଲିସ ଗାଡ଼ି ଯୋଗେ ଥାନାକୁ ନେଇ ଯାଉଥିଲା। ଏହି ସମୟରେ ମାଫିଆ ଓ ପୁଲିସ ମଧ୍ୟରେ ଗାଡ଼ିରେ ଧସ୍ତାଧସ୍ତି ହୋଇଥିଲା। ଫଳରେ ଚାନ୍ଦବାଲି କେନ୍ଦ୍ରପଡ଼ା ମଝି ରାସ୍ତା ବୈତରଣୀ ନଦୀ ପୋଲ ଉପରେ ମାଫିଆ ଜଣକ ପୁଲିସ କର୍ମଚାରୀଙ୍କୁ ମାଡ ମାରିବା ସହ ତାଙ୍କ ହାତକୁ କାମୁଡି ପକାଇଥିଲା। ଫଳରେ ପୁଲିସ ଗାଡ଼ି ଅଟାଇଥିଲା। ଏଭଳି କାଣ୍ଡ ଘଟାଇ ଗାଡ଼ିରୁ ମାଫିଆ ଫେରାର ହୋଇଯାଇଥିବା ଜଣାପଡ଼ିଛି। ତାକୁ ଧରିବା ଲାଗି ପୁଲଇସ ପକ୍ଷରୁ ତନାଘନା ଜାରି ରହିଛି।

ସମ୍ବନ୍ଧିତ ଖବର