ଚୋରି କରୁଥିବା ବେଳେ ଚୋରକୁ ନିର୍ଧୂମ ପିଟିଲେ ଲୋକ, ଗୁରୁତର ଅବସ୍ଥାରେ ହସ୍‌ପିଟାଲ ନେବା ବାଟରେ ହେଲା ମୃତ୍ୟୁ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରୁମ ବାଙ୍କତରା ଗାଁରେ ଗତରାତିରେ ଜଣେ ଚୋର ଚୋରି କରୁଥିବା ସମୟରେ ଧରାପଡ଼ିଥିଲା। ଚୋରକୁ ଧରି ଲୋକମାନେ ନିର୍ଧୂମ ପଟି ଥିଲେ । ଲୋକମାନଙ୍କ ମାଡରେ ଚୋର ଗୁରୁତର ଆହତ ହୋଇଥିଲା। ଚୋରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୁବନେଶ୍ୱର ନେବା ବେଳେ ବାଟରେ ତାର ମୃତ୍ୟୁ ହୋଇଯାଇଥିଲା ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର