ତ୍ରିକୋଣୀୟ ପ୍ରେମରୁ ଯୁବକଙ୍କୁ ହତ୍ୟା, ମାମଲା:  ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଝାରସୁଗୁଡ଼ା: ତ୍ରିକୋଣୀୟ ପ୍ରେମ ସମ୍ପର୍କରୁ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ  ଝାରସୁଗୁଡ଼ା ଜିଲ୍ଲା ଦୌରା ଜଜ୍‌  ଗୋପାଳ ଚନ୍ଦ୍ର ପଟ୍ଟନାୟକ  ୩ ଜଣ ଅଭିଯୁକ୍ତଙ୍କୁ ଆଜୀବନ କରାଦଣ୍ଡ ଓ  ୨୫ ହଜାର ଟଙ୍କା ଲେଖାଏଁ  ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନ ଅନାଦେୟ ଆହୁରି୧୫ ମାସ ଅତିରିକ୍ତ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।

ସୂଚନାଯୋଗ୍ୟ ଯେ  ଝାରସୁଗୁଡ଼ା ଜିଲ୍ଲା  ବ୍ରଜରାଜନଗର ଥାନା ଓପିଏମ ଛକରେ ରହୁଥିବା ବିଜୟ ସିଂହ ନାମକ ଜଣେ ଯୁବକଙ ଓ   ସେହି ଅଞ୍ଚଳର ଫୁଲେନା ନାମ୍ନୀ ଜଣେ ଯୁବତୀ ପରସ୍ପରକୁ  ଭଲ ପାଉଥିଲେ। ତେବେ ଫୁଲେନାଙ୍କୁ ଏକପାଖିଆ ଭାବେ ଦିନେଶ ମହାତୋ ଭଲ ପାଉଥିଲେ।    ତେଣୁ  ବିଜୟ ଓ  ଫୁଲେନାଙ୍କ ମିଳାମିଶକୁ ସହ୍ୟ କରି ପାରୁ ନ ଥିଲେ ଦିନେଶ। ବିଜୟଙ୍କୁ ଙ୍କୁ ରାସ୍ତାରୁ ହଟାଇ ଦେଲେ ଫୁଲେନା ତାଙ୍କର ହେବ ବୋଲି ଭାବି  ବିଜୟଭ୍କୁ ହତୃା କରିବା ପାଇଁ  ଚକ୍ରାନ୍ତ କରିଥିଲେ ଦିନେଶ। ୨୦୧୨ ମସିହା ନଭେମ୍ବର ମାସ ୨୮ ତାରିଖ ଦିନ ବିଜୟ ଓ ଫୁଲେନା କଥା ଦେଉଥିବା ବେଳେ ଦିନେଶ ତାର ସହଯୋଗୀ ଚନ୍ଦ୍ରମୋହନ ସିଂହ, ରାମଜୀ ଓରଫ ଶୈଳେଶ ପ୍ରସାଦ ଓ ସୁରଜ ଶ୍ରୀବାସ୍ତବ ସହିତ ଆସି ସେଠାରେ ପହଞ୍ଚିଥିଲେ। ତେବେ ଫୁଲେନାଙ୍କ ବାରମ୍ବାର ମନା କରିବା ସତ୍ତ୍ୱେ ଦୀନେଶଙ୍କ ସହଯୋଗୀମାନେ ବିଜୟଙ୍କୁ ଟାଣି ଆଣି  ତଳେ ପକାଇ ଦେଇଥିଲେ ଓ ଦୀନେଶ ଏକ ପିସ୍ତଲରେ ତାଙ୍କ ମୁଣ୍ଡକୁ ଗୁଳି କରି ହତ୍ୟା କରିଥିଲେ। ଏ ସଂକ୍ରାନ୍ତରେ ଫୁଲେନା ମୃତ ବିଜୟଙ୍କ ବାପାଙ୍କୁ କହିବାରୁ ସ ବ୍ରଜରାଜନଗର ଥାନାରେ ଏତଲା ଦେଇଥିଲେ। ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରାଫ କରିବା ସହିତ ସେମାନଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ପିସ୍ତଲ ଜବତ କରିଥିଲା। ତେବେ ବିଚାରାଧୀନ ବନ୍ଦୀ ଭାବେ ଜେଲରେ ଥିବାବୋଳ ସୁରଜ ଶ୍ରୀବାସ୍ତବଙ୍କର ଗତ ୨୦୧୭ ମସିହା ଜୁଲଇ ୫ ତାରିଖ ଦିନ ମୃତ୍ୟୁ ଘଟିଥିଲାା।  ଏହି ମାମଲାରେ ଫୁଲନା ପ୍ରତ୍ୟେକ୍ଷଦର୍ଶୀ ଓ ମୁଖ୍ୟ ସାକ୍ଷୀ ଥିଲେ। ଫୁଲେନାଙ୍କ ସହିତ ମୋଟ ୨୩ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ମାନ୍ୟବର କୋର୍ଟ ଅଭିଯୁକ୍ତମାନଙ୍କୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ବେଣୁଲାଲ ପ୍ରଧାନ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର