ବରଗଡ଼: ବିଜେପୁର ନିକଟ ଲାଉମୁଣ୍ଡାରେ ଫାଙ୍କା ଗୁଳି ଚାଳନା, ୩ ଗିରଫ

ବରଗଡ଼: ବିଜେପୁର ଥାନା ଲାଉମୁଣ୍ଡା ଗାଁରେ ଶୁକ୍ରବାର ୩ ଜଣ ଯୁବକ ଫାଙ୍କା ଗୁଳିଚାଳନା କରିଛନ୍ତି। ଏହ ଘଟଣାର ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ଲାଉମୁଣ୍ଡା ଗାଁର ଜଗନ୍ନାଥ ମନ୍ଦିର ନିକଟରେ ଆଜି ଅପରାହ୍ଣରେ ବରପାଲିର ରାଧେଶ୍ୟାମ ରଣା, ବରପାଲି ଥାନା ଅନ୍ତର୍ଗତ କଦଳୀପାଲି ଗାଁର ଅନିଲ ଦୀପ ଓ ଭଟଲି ନିବାସୀ ରାହୁଲ ଦୀପ ଏକ ସ୍କୁଟିରେ ଆସି ଫାଙ୍କା ଗୁଳି ଚାଳନା କରିଥିଲେ।

ଗୁଳି ଚାଳନା ପରେ ୩ ଜଣ ଯୁବକ ବିଜେପୁର ମୁଖ୍ୟ ରାସ୍ତାରେ ଫେରାର ହୋଇଯାଇଥିଲେ। ଏହି ଘଟଣା ପରେ ଗାଁ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ଘଟଣା ସହିତ ସଂପୃକ୍ତ ୩ ଜଣ ଯୁବକଙ୍କୁ ଧରିବା ପାଇଁ ପୁଲିସ ବାହାରି ପଡ଼ିଥିଲା। ଅପରପକ୍ଷେ ଗାଁ ଲୋକମାନେ ମଧ୍ୟ ୩ ଜଣ ଯୁବକଙ୍କୁ ଧରିବା ପାଇଁ ପଛରୁ ଗୋଡ଼ାଇଥିଲେ। ଶେଷରେ ୩ ଜଣ ଯୁବକଙ୍କୁ ପୁଲିସ ପେଟ୍ରୋଲ ପମ୍ପ ନିକଟରୁ କାବୁ କରିଛି। ପୁଲିସ ୨ଟି ଏୟାରଗନ ଜବତ କରିଛି।

ସମ୍ବନ୍ଧିତ ଖବର