କେନ୍ଦୁଝର: ଗୋନାସିକା ଜନ୍ତାରୀ ଘାଟିରେ ନଳକୂପ ଖନନ ଗାଡି ଓଲଟି ୩ ମୃତ, ୪ ଆହତ

କେନ୍ଦୁଝର: ଗୋନାସିକାର ଜନ୍ତାରୀ ଘାଟିରେ ଶୁକ୍ରବାର ଅପରାହ୍ଣରେ ନଳକୂପ ଖନନ ଗାଡି ଓଲଟିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ନଳକୂପ ବୋଝେଇ ନଳକୂପ ଖନନ ଗାଡି ଆଜି ଭାରସାମ୍ୟ ହରାଇବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଦୁର୍ଘଟଣାର ଅଳ୍ପ ସମୟ ପରେ ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ଲୋକମାନେ ଘଟଣା ସଂପର୍କରେ ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଂଚି ଆହତଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ରିପୋର୍ଟ ଲେଖାଯିବା ବେଳକୁ ମୃତ ଓ ଆହତ ମାନଙ୍କର ପରିଚୟ ମିଳି ପାରି ନାହିଁ। ଦୁର୍ଘଟଣାଗ୍ରସ୍ତ ନଳକୂପ ଖନନ ଗାଡି ପୂର୍ବଭଳି ପଡ଼ି ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର