ବେଆଇନ ଚାନ୍ଦା ଆଦାୟ ଅଭିଯୋଗରେ ୩ ନକଲି ମାଓବାଦୀ ଗିରଫ, ଦେଶୀ ବନ୍ଧୁକ-ମାଓ ବ୍ୟାନର ଜବତ

କୋରାପୁଟ: ମାଓ ପରିଚୟ ଦେଇ ବେଆଇନ ଭାବେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ୩ ଜଣ ନକଲି ମାଓବାଦୀ ଗିରଫ ହୋଇଥିବା ସୂଚନା ମିଳିଛି। କୋରାପୁଟ ପୁଲିସ ସଂପୃକ୍ତ ୩ ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ନକଲି ମାଓବାଦୀ ଫେରାର ଅଛି। ପୁଲିସ ଗିରଫ ନକଲି ମାଓବାଦୀଙ୍କ ଠାରୁ ଦେଶୀ ବନ୍ଧୁକ, ମାଓ ବ୍ୟାନର ଓ ପୋଷାକ ଜବତ କରିଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗିରଫ ନକଲି ମାଓବାଦୀମାନେ ସେମିଳିିଗୁଡ଼ା ଓ ନାରାୟଣପାଟଣା ବ୍ଲକ ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି।

ପୁଲିସକୁ ମିଳିଥିବା ସୂଚନା ଅନୁସାରେ ନକଲି ମାଓବାଦୀମାନେ ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ୨ ବର୍ଷ ଧରି ସରପଞ୍ଚ ଓ ସମିତି ସଭ୍ୟଙ୍କଠାରୁ ବଳପୂର୍ବକ ଚାନ୍ଦା ଆଦାୟ କରୁଥିଲେ। ସେମାନେ ସ୍ଥାନୀୟ ଅଞ୍ଚଳର ନେତାଙ୍କୁ ଭୟଭୀତ କରାଉଥିଲେ। ଏବାବଦରେ ନିକଟରେ ଶାସକ ଦଳର ୪ ଜଣ ନେତା ଥାନାରେ ଅଭିଯୋଗ କରିଥିଲେ। ଫଳରେ ଘଟଣା ପଦାକୁ ଆସିଥିଲା। ଏହା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି।

ସମ୍ବନ୍ଧିତ ଖବର