୩ ବାଲି ବୋଝେଇ ଗାଡି ଜବତ, ୨୦ହଜାର ଜୋରିମାନା ଆଦାୟ

ଗୁଣପୁର: ଗୁଣପୁର ଅତିରିକ୍ତ ତହସିଲଦାର ବନମାଳି ସେଠୀ ଆଜି ୨ଟି ବାଲି ବୋଝେଇ ଟ୍ରାକ୍ଟର ଓ ଗୋଟିଏ ଟିପ୍ପର ଜବତ କରିଛନ୍ତି। ଜୋରିମାନା ବାବଦକୁ ୨ଟି ଟ୍ରାକ୍ଟରରୁ ୨୦ହଜାର ଟଙ୍କା ଆଦାୟ ହୋଇଛି। ସୂଚନା ଅନୁଯାୟୀ, ଆଜି ଗୁଣପୁର ବ୍ଲକ ଚାଲକାମ୍ବା ନିକଟସ୍ଥ ବଂଶଧାରା ନଦୀ ତଟରୁ ୨ଟି ଟ୍ରାକ୍ଟରରେ ବେଆଇନ ଭାବେ ବାଲି ଚାଲାଣ ହେଉଥିଲା। ଏହି ଖବର ପାଇ ଅତିରିକ୍ତ ତହସିଲଦାର ଏହି ୨ଟି ଟ୍ରାକ୍ଟର(ଓଆର ୧୮ଏ ୬୩୬୫, ଓଡସ ୧୮ ୮୭୩୩)କୁ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ। ବାଲି ଚାଲାଣ ନେଇ କାଗଜପତ୍ର ନଥିବାରୁ ଉଭୟ ଗାଡିକୁ ଜବତ କରାଯିବା ସହ ୨୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ତହସିଲଦାର ଅକ୍ଷମିତା କାର୍ତିକ ସୂଚନା ଦେଇଛନ୍ତି। ସେହିପରି କାଲମା ନିକଟରେ ବିନା କାଗଜପତ୍ରରେ ବାଲି ଚାଲାଣ କରୁଥିବା ଏକ ଟିପ୍ପର(ଓଡି ୧୮ ୬୯୭୫)କୁ ଅଟକ ରଖାଯାଇଥିବା ଅତିରିକ୍ତ ତହସିଲଦାର ବନମାଳି ସେଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର