ଦୁଇ ବାଇକ ଧକ୍କା, ୩ ଆହତ

ଏସ୍‌.ରାମପୁର: ରାମପୁରସ୍ଥିତ ଏଟିଏମ୍‌ ସାମନାରେ ଦୁଇ ବାଇକ୍‌ ମଧ୍ୟରେ ଧକ୍କା ହୋଇ ୩ ଜଣ ଆହତ ହୋଇଛନ୍ତି। ଅନ୍ଧାରୀବାଞ୍ଜି ଗ୍ରାମର ଠାକୁର ପାତ୍ର (୩୦) ଓ ତାଙ୍କ ପତ୍ନୀ ସୁନି (୨୫) ବାଇକ୍‌ (ଓଆର୍‌ ୦୩ ଜି-୮୮୩୯)ରେ ରାମପୁର ଦେଇ ଘରକୁ ଫେରୁଥିବା ବେଳେ ରାମପୁର ଏଟିଏମ୍‌ ସମ୍ମୁଖରେ ଲିଙ୍ଗମାର୍ଣ୍ଣି ପଞ୍ଚାୟତ ବଡ଼ଭାଲୁପାଲି ଗ୍ରାମର ହଳଧର ମାଝୀ (୩୫)ଙ୍କ ମଟରସାଇକଲ (ଓଡି ୩୧ଡି-୨୧୪୪) ସହ ଧକ୍କା ହୋଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାମପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସୁନି ଓ ହଳଧରଙ୍କୁ ଛାଡ଼ି ଦିଆଯାଇଥିବା ବେଳେ ଗୁରୁତର ଠାକୁର ପାତ୍ରଙ୍କୁ ଚିକିତ୍ସା ପାଇଁ ବରଗଡ଼ ଡାକ୍ତରଖାନାକୁ ପଠାଯାଇଛି। ଖବର ପାଇ ରାମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର