ସମ୍ବଲପୁରରେ ୩ କୋଲକାତା ଫେରନ୍ତା, ସରକାରୀ କ୍ବାରାଣ୍ଟିନ୍‌କୁ ପଠାଇଲା ଜିଲ୍ଲା ପ୍ରଶାସନ

ସମ୍ବଲପୁର: ଧନୁପାଲି ଥାନା ସୁନାପାଲିକୁ ବୁଧବାର ସନ୍ଧ୍ୟାରେ ୩ ଜଣ କୋଲକାତା ଫେରନ୍ତା ଯୁବକ ଆସିଛନ୍ତି। ଏହି ଯୁବକମାନେ କୋଲକାତାକୁ କୌଣସି କାମରେ ଯାଇଥିବା ସମୟରେ ଲକ୍‌ଡାଉନ୍‌ ଯୋଗୁଁ ସେଠାରେ ଫସି ଯାଇଥିଲେ। କୌଣସିମତେ ସେଠାରୁ ‌ସେମାନେ ଆସି ସୁନାପାଲିରେ ପହଞ୍ଚିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଏନେଇ ଜିଲ୍ଲା ପ୍ରଶାସନ ଓ ପୁଲିସ୍‌ ଖବର ପାଇବା ପରେ ସେଠାରେ ପହଞ୍ଚି ୩ ଯୁବକଙ୍କୁ ଉଦ୍ଧାର କରି ସରକାରୀ କ୍ବାରାଣ୍ଟିନ୍‌କୁ ପଠାଇଛି।

ସମ୍ବନ୍ଧିତ ଖବର