ନୂଆପଡ଼ା: ସାପ କାମୁଡ଼ାରେ ୩ ବର୍ଷିଅ ଶିଶୁ ମୃତ

ଖରିଆର: ନୂଆପଡା ଜିଲ୍ଲାର ଖରିଆର ବ୍ଲକ ଅନ୍ତର୍ଗତ ଚନୁଟମାଳ ଗ୍ରାମରେ ରବିବାର ମଧ୍ୟ ରାତ୍ରିରେ ୩ ବର୍ଷିୟ ଶିଶୁକୁ ବିଷାକ୍ତ ସାପ କାମୁଡିବାରୁ ମୃତ୍ୟୁ ହେଇଛି। ସୂଚନା ମୁତାବକ ଚନୁଟମାଲ ଗ୍ରାମର ବିନୋଦ ଦୀପ ନିଜ ପୁଅ ହେମସାଗର ଦୀପ ସହ ରାତ୍ରି ଏକାଠି ସୋଇଥିବା ସମୟରେ ସାପ ବାପା ଓ ପୁଅକୁ କାମୁଡିଦେଇଥିଲା। ବାପା ଜାଣିବା ପରେ ଗାଁବୈଦ୍ୟ ପାଖକୁ ଯାଇ ନିଜ ଚିକିତ୍ସା କରାଇଥିଲେ।

ପୁଅକୁ ମଧ୍ୟ ସାପ କାମୁଡି ଥିବାରୁ ଖରିଆର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ଓ ପରେ ଖରିଆରସ୍ଥିତ ମିଶନ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ସେଠି ଡକ୍ଟର ଶିଶୁ ପୁତ୍ରକୁ ମୃତ୍ୟୁ ଘୋଷଣା କରିଥିଲେ। ଖରିଆର ପୁଲିସ ଜାଣିଲାପରେ ଏସଆଇ ଦେବାର୍ଚ୍ଚନ ନିଆଲ ଘଟଣା ସ୍ଥଲକୁ ଯାଇ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

ସମ୍ବନ୍ଧିତ ଖବର