ଆଳିରେ କାଳବୈଶାଖୀର ତାଣ୍ଡବ, ଉଡିଲା ଛପର, ଭାଙ୍ଗିଲା ଗଛ

ଆଳି: କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଅଂଚଳରେ ବୁଧବାର ଅପରାହ୍ଣ ୩ ଟା ସମୟରେ କାଳବୈଶାଖୀ ତାଣ୍ଡବ ଲୀଳା କରିଛି। ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ହଠାତ ପ୍ରବଳ ବେଗରେ ପବନ ସହିତ, ବର୍ଷା, ଘଡଘଡି ଓ ବଜ୍ରପାତ ହୋଇଛି।

କାଳବୈଶାଖୀ ପ୍ରଭାବରେ ଜୋରଦାର ପବନ ବହିବା କାରଣରୁ ବହୁ କଚ୍ଚା ଘରର ଚାଳଛପର ଉଡି ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ବଡବଡ ଗଛ ଭାଙ୍ଗି ପଡିଛି। କାଳବୈଶାଖୀ ପବନରେ ମାଣିକପାଟଣା ଗ୍ରାମର ରତ୍ନାକର ବିଶ୍ୱାଳ, ସୌରୀ ତରାଇ, ଧରଣୀ ସାହୁ ପ୍ରମୁଖ ୩୦ ର ୁଉର୍ଧ୍ଵ ଗ୍ରାମବାସୀଙ୍କ ଘର ଛପର ଉଡି ଯାଇଛି। ଏହା ବାଦ ବିଭିନ୍ନ ଗ୍ରାମରେ ଶତାଧିକ ଘର ଛପର ଉଡି ଯାଇଥିବାର ଖବର ମିଳିଛ।

ଯାଜପୁର ସହରାଂଚଳରେ ମଧ୍ୟ ଆଜି ଅପରାହ୍ନରେ ପ୍ରବଳ କୁଆପଥର ସହ ବର୍ଷା ହୋଇଛି। ଦିନ ଗୋଟାଏ ବେଳେ କାଳବେଶାଖୀର ପ୍ରଭାବରେ କଳାହାଣ୍ଡିଆ ମେଘ ମାଡି ଆସିଥିଲା। ପରେ ୪୦ ମିନିଟ ଧରି ହାଲକା ପବନ ସାଙ୍ଗକୁ ପ୍ରବଳ ବର୍ଷା ସହିତ ପ୍ରଚୁର କୁଆପଥର ବୃଷ୍ଟି ହୋଇଥିଲା।

କୁଆପଥର ମାଡରେ ଯାଜପୁର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ପରିବା ଚାଷ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି। ବିଲରେ ଲାଗିଥିବା ଟମାଟୋ, ବାଇଗଣ, କଲରା, କୁକୁଡି ଫସଲ କ୍ଷତିଗ୍ରସ୍ତ ହୋଇଛି। ବର୍ଷା ଫଳରେ ଜନଜୀବନ ପ୍ରଭାବିତ ହୋଇଛି। ଆଗକୁ ହୋଲି ଥିବା ବେଳେ ଯାଜପୁରରେ ପ୍ରବଳ ବର୍ଷା ଏବଂ କୁଆପଥର ମାଡରେ ଆଜିର ରଂଗ ବଜାର ପ୍ରଭାବିତ ହୋଇଛି।

ସମ୍ବନ୍ଧିତ ଖବର