ଫୁଲବାଣୀ: ୫କେଜି ଓଜନର ଟିଫିନ୍‌ ବୋମାକୁ ନିଷ୍କ୍ରିୟ କଲା ସିଆର୍‌ପିଏଫ୍‌

ଫୁଲବାଣୀ: ଫୁଲବାଣୀ-ଗୋଛାପଡା ରାସ୍ତା ନମେରବାଲି ଘାଟି ନିକଟରୁ ଉଦ୍ଧାର କରିଥିବା ୫କେଜି ଟିଫିନ୍‌ ବୋମାକୁ ସିଆର୍‌ପିଏଫ୍‌ ନିଷ୍କ୍ରିୟ କରି ଦେଇଛି। ସୂଚନାଯୋଗ୍ୟ,  ଗତ ଦୁଇଦିନ ତଳେ ବିସ୍ଥାପନ, ଜଳ-ଜମି ଓ ଜଙ୍ଗଲ ଅଧିକାର, ପୁଲିସର ଦମନଲୀଳା ବନ୍ଦ ଦାବିରେ ସିପିଆଇ ମାଓବାଦୀ ସଂଗଠନ ଓଡିଶା ରାଜ୍ୟ କମିଟି ପକ୍ଷରୁ ବନ୍ଦ ଡାକରା ଦେଇଥିଲା । ଏନେଇ କେତେକ ସ୍ଥାନରେ ମାଓବାଦୀ ପୋଷ୍ଟର ମାରିବା ସହ ରାସ୍ତାରେ ଗଛ ପକାଇ ନିଜର ଉପସ୍ଥିତି ଜାହିର କରିଥିଲେ।
ମାଓବାଦୀଙ୍କ ବନ୍ଦ ପାଳନବେଳେ କନ୍ଧମାଳ ଜିଲ୍ଲାରେ ଏକ ବଡ଼ ଅଘଟଣ ଘଟିଥିଲା। ଫୁଲବାଣୀ-ଗୋଛାପଡା ରାସ୍ତା ନମେରବାଲି ଘାଟି ନିକଟରେ ରାସ୍ତା ଅବରୋଧ ପାଇଁ ପକା ଯାଇଥିବା ଗଛ ହଟାଇବାବେଳେ ହଠାତ୍‌ ପ୍ରଚଣ୍ଡ ବିସ୍ଫୋରଣ ଘଟି ରାସ୍ତାର କିଛି ଅଂଶ ଉଡ଼ିଯାଇଥିଲା। ଗଛ ହଟାଇବା କାମରେ ନିୟୋଜିତ ବନ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ମାଟି ତଳେ ପୋତା ଯାଇଥିବା କଣ୍ଟେନର୍‌ ବୋମା ବିସ୍ଫୋରଣ ଘଟିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଥିଲା। ଏହାପରେ ସେଠାରେ ଯାଞ୍ଚ ଜାରି ରହିଥିଲା। ଆଜି ଏହି ୫କେଜିର ଟିଫିନ୍‌ ବୋମାକୁ ଉଦ୍ଧାର କରାଯାଇ ନିଷ୍କ୍ରିୟ କରାଯାଇଛି।

ସମ୍ବନ୍ଧିତ ଖବର