ବାଘୁଣୀ ‘ସୁନ୍ଦରୀ’ ଆକ୍ରମଣରେ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା : ବନ୍ୟଜନ୍ତୁ ଓ ମାଂସାହାରୀ ପ୍ରାଣୀ ଆକ୍ରମଣରେ ହୋଇଥିଲା ମୃତ୍ୟୁ

ଅନୁଗୁଳ: ମଧ୍ୟପ୍ରଦେଶର ବାନ୍ଧବଗଡ଼ ଅଭୟାରଣ୍ୟରୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’ ମଣିଷ ମାରିଥିବା ଅଭିଯୋଗ ହୋଇଥିଲା। ସାତକୋଶିଆ ଅଭୟାରଣ୍ୟ ପରିସରରେ ଥିବା ହାତୀବାରି ଗାଁର ମହିଳା କୈଳାଶୀ ସାଏ ପୋଖରିରେ ଗାଧୋଉଥିବା ବେଳେ ବାଘୁଣୀ ଝାମ୍ପି ନେଇଥିଲା।  ମହିଳାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସୋମବାର ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ ଅଛି କି, ମହିଳାଙ୍କ ମୃତ୍ୟୁ ବନ୍ୟଜନ୍ତୁ ଓ ମାଂସାଶୀ ପ୍ରାଣୀ ଆକ୍ରମଣରେ ହୋଇଛି ଏବଂ  ଆକ୍ରମଣ ପରେ ତାଙ୍କର ମୃତ୍ୟୁ ହୋଇଛି।

ହାତୀବାରି ଗାଁ ଲୋକଙ୍କ କହିବା ଅନୁସାରେ କୈଳାଶୀ ଗାଧୋଉଥିବା ବେଳେ ବାଘୁଣୀ ପଛପଟରୁ କୁଦା ମାରି ଝାମ୍ପି ବଣ ଭିତରକୁ ଟାଣି ନେଇ ଯାଇଥିଲା। ବହୁ ସମୟ ଧରି ଲୋକେ ଖୋଜାଖୋଜି କରିବା ପରେ ଶେଷରେ ଜଙ୍ଗଲ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତେଜିତ ଲୋକେ ହାତୀବାରି ଫରେଷ୍ଟ ବିଟ୍‌ ହାଉସରେ ନିଆଁ ଲଗାଇ ଦେବା ସହ ଭଙ୍ଗାରୁଜା ମଧ୍ୟ କରିଥିଲେ।

ସମ୍ବନ୍ଧିତ ଖବର