ଗଞ୍ଜାମ: ଧାନମଣ୍ଡିରେ ବୃଦ୍ଧଙ୍କୁ ତଳେ ପକାଇ ନିସ୍ତୁକ ମାଡ ମାରିଲେ ସରପଞ୍ଚ, ଘଟଣା ପ୍ରଘଟ ହେବା ପରେ ଫେରାର ହୋଇଯାଇଛନ୍ତି:ଭିଡିଓ ଦେଖନ୍ତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅନ୍ତର୍ଗତ ବାଗଲପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁରେ ଖୋଲିଥିବା ଧାନମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଚାଷୀମାନେ ଆସିଥିଲେ । ଚାଷୀଙ୍କ ଧାନ ବିକ୍ରି ପାଇଁ ମଣ୍ଡି ଖୋଲିଥିବା ବେଳେ ସ୍ଥାନୀୟ ସରପଞ୍ଚ ସୁଲୁ ସ୍ୱାଇଁ ମଣ୍ଡିରେ ପହଞ୍ଚି ତାଙ୍କ ଧାନ ବିକ୍ରି ପାଇଁ ଅଡି ବସିଥିଲେ । ଏହି ସମୟରେ ସମବାୟ ସମିତିର କିଛି ଅଧିକାରୀ ଓ ସରପଞ୍ଚଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ଏଥିରେ ସରପଞ୍ଚ ଉତ୍ୟକ୍ତ ହୋଇଯାଇଥିଲେ।

ନିଜ ରାଗକୁ ଆୟତ୍ତ କରି ନପାରି ଜଣେ ବୟସ୍କ ବ୍ୟକ୍ତିଙ୍କୁ ତଳେ ପକାଇ ନିସ୍ତୁକ ମାଡ ମାରିଥିଲେ। ଆଉ ସେହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ସୁଲୁଙ୍କ ଆକ୍ରମଣରେ ୬ ଜଣ ସମବାୟ ସମିତି ସଦସ୍ୟ ମଧ୍ୟ ଆହତ ହୋଇଛନ୍ତି । ଏନେଇ ଖଲିକୋଟ ଥାନାରେ ଅଭିଯୋଗ ହୋଇଥିବା ବେଳେ ସଂପୃକ୍ତ ସରପଞ୍ଚ ଗାଁ ଛାଡି କୁଆଡେ ପଳାଇ ଯାଇଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର