ଯାଜପୁର: ଟ୍ରକ୍‌କୁ ପଛରୁ ପିଟିଲା ପର୍ଯ୍ୟଟକ ବସ, ଜଣେ ମୃତ, ୧୫ ଆହତ

ଯାଜପୁର:ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ବାହ୍ମଣୀ ନଦୀ ପୋଲ ଉପରେ ଏକ ପୁରୀଗାମୀ ପର୍ଯ୍ୟଟକ ବସ କୁହୁଡ଼ି ଯୋଗୁଁ ଜାଣି ନ ପାରି ଏକ ଟ୍ରକ୍‌ ପଛରେ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଖବରପାଇ ପୁଲିସ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଛି।

ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ଦମ୍‌ଦମ୍‌ ଜିଲ୍ଲାରୁ ୫୦ ଜଣ ପର୍ଯ୍ୟଟକଙ୍କୁ ନେଇ ଏକ ଟୁରିଷ୍ଟ ବସ୍‌ ପୁରୀ ଅଭିମୁଖେ ଆସୁଥିଲା। ଆଜି ଭୋର ପ୍ରାୟ ୫ଟା ବେଳେ କୁହୁଡି ଯୋଗୁଁ ବସ୍‌ ଡ୍ରାଇଭର ଭଲଭାବେ ରାସ୍ତାକୁ ଦେଖିି ପାରି ନ ଥିଲେ। ଫଳରେ ବ୍ରାହ୍ମଣୀ ନଦୀ ପୋଲ ଉପରେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ୍‌କୁ ଦୃତଗତିରେ ଯାଇ ବସଟି ପଛରୁ ଧକ୍କାଦେଇଥିଲା। ଫଳରେ ବସ୍‌ର ହେଲ୍ପର ଆଗକୁ ଛିଟିକି ପଡ଼ିବା ସହିତ ଘଟଣାସ୍ଥଳରେ ହିଁ ମତ୍ୟୁ ବରଣ କରିଥିଲେ। ଏହି ଦୁର୍ଘଟଣାରେ ପ୍ରାୟ ୧୫ ଜଣ ପର୍ଯ୍ୟଟକ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଉଭୟ ବସ ଓ ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର