ଯାଜପୁର:୪ର୍ଥ ଶ୍ରେଣୀ ଛାତ୍ରଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର

ଯାଜପୁର: ଯାଜପୁର ଜିଲ୍ଲା ବରି ଥାନା କୁଶବଟ ନିକଟରେ ଜଣେ ୪ର୍ଥ ଶ୍ରେଣୀ ଛାତ୍ରଙ୍କ ଉପରେ ଏକ ଟ୍ରାକ୍ଟର ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ସେଠାରେ ଉତ୍ତେଜନା ଲାଗିରହିଛି।
ମିଳିଥିବା ସୂଚନା ଅନୁଯାୟୀ, ବରି ସାଇଖଣ୍ଡ ପଞ୍ଚାୟତ ଅନ୍ତର୍ଗତ ଗୋଳକୁଣ୍ଡ ଗ୍ରାମର ଚନ୍ଦ୍ରମଣି ଜେନାଙ୍କ ପୁଅ ଶତ୍ରୁଜିତ ଜେନା(୧୨ ବର୍ଷ) ଜଁପଡ଼ା ସ୍କୁଲରେ ୪ର୍ଥ ଶ୍ରେଣୀରେ ପଢ଼ନ୍ତି। ଆଜି ସକାଳେ ସେ ସାଇକେଲ ଯୋଗେ ସ୍କୁଲକୁ ବାହ୍ମଣୀ ନଦୀବନ୍ଦ ଦେଇ ଯାଉଥିେଲେ। ତେବେ ନଦୀବନ୍ଦ ମରାମତି କାର୍ଯ୍ୟ ଚାଲିଥିବାରୁ ଟ୍ରାକ୍ଟର ଯୋଗେ ସେଠାରେ ମାଟି ପକାଯାଉଛି। ଶ୍ରୀ ଜେନା ଯାଉଥିବା ବେଳେ ଏକ ଟ୍ରାକ୍ଟର ଡ୍ରାଇଭର ଟାକ୍ଟର ଉପରୁ ନିୟନ୍ତ୍ରଣ ହରାଇବାରୁ ଟଆକ୍ଟରି ଭାରସାମ୍ୟ ହରାଇ ଶ୍ରୀ ଜେନାଙ୍କ ଉପରେ ଚଢ଼ିଯାଇଥିଲା। ଟ୍ରାକ୍ଟରଟି ଶ୍ରୀ ଜେନାଙ୍କ ମୁଣ୍ଡରୁ ଗୋଡ଼ ଯାଏ ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ତେବେ ନଦୀବନ୍ଧରେ କାମ କରୁଥିବା ଲେକେ ସଙ୍ଗେସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ଆଣିଥିଲେ ମଧ୍ୟସେତେବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା।ଦୁର୍ଘଟଣା ପରେ ଟ୍ରାକ୍ଟର ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଛି।

ସମ୍ବନ୍ଧିତ ଖବର