ନିୟମ ଭାଙ୍ଗିଲେ, ପୁଲିସ ହେଉ ବା ଜନତା ମିଳିବ ସମାନ ଦଣ୍ଡ

କୋରାପୁଟ: ସଡ଼କ ଦୁର୍ଘଟଣାର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ନୂଆ ଯୋଜନା କୋରାପୁଟ ଜୟପୁରରେ ପୁଲିସ କାର୍ଯ୍ୟକାରୀ କରିଛି । ଷ୍ଟୁଡେଣ୍ଟ ଟ୍ରାଫିକ ଭଲେଂଟିୟର ଯୋଜନାକୁ ଜୟପୁର ଥାଉନ ଥାନା ପରିସରରେ କୋରାପୁଟ ଏସପି ଉଦଘାଟନ କରିଛନ୍ତି । ପୁଲିସ ହେଉ ବା ଜନତା ଯିଏ ବି ନିୟମ ଭାଙ୍ଗିଲେ ଆଇନ ଆଗରେ ସମସ୍ତେ ଦଣ୍ଡିତ ହେବେ ।

ଏଣିକି ଜୟପୁରରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁଲିସକୁ ଛାତ୍ରଛାତ୍ରୀ ସହଯୋଗ କରିବେ । ଏଥିପାଇଁ ଆବେଦନ କରିଥିବା ବଛା ବଛା ଛାତ୍ରଛାତ୍ରୀଙ୍କୁ ୫ ଦିନ ତାଲିମ ଦିଆଯିବା ପରେ ସହରର ପ୍ରମୁଖ ସ୍ଥାନ ସେମାନଙ୍କୁ ନିୟୋଜିତ କରାଯିବ ।
ମାସକୁ ୧୫ ଦିନ ହିସାବରେ ୩ ଘଣ୍ଟା କାମ କରି ଏମାନେ ମାସକୁ ୧୫୦୦ଟଙ୍କା ଦରମା ପାଇବେ । ଏହି ଯୋଜନାରେ ଜୟପୁର ମହିଳା ମହାବିଦ୍ୟାଳୟ ଓ ବିକ୍ରମଦେବ କଲେଜର ୬୦ ଜଣ ଛାତ୍ରଛାତୀ ସାମିଲ ହୋଇଛନ୍ତି । ପାଠପଢା ସହ ସମାଜ ସେବା କରିବାକୁ ଆଗେଇ ଆସିଛନ୍ତି ଏହି ଛାତ୍ରଛାତ୍ରୀ ।

ସମ୍ବନ୍ଧିତ ଖବର