ସ୍କୁଲରୁ ପରୀକ୍ଷା ସାରି ଘରକୁ ଫେରି ପାରିଲା ନାହିଁ ୮ମ ଶ୍ରେଣୀ ଛାତ୍ର, ଟ୍ରେନ୍‌ ଧକ୍କାରେ ଚାଲିଗଲା ଜୀବନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ନିକଟରେ ରେଳ ଲାଇନ ପାର ହେଉଥିବା ବେଳେ ମଙ୍ଗଳବାର ସକାଳେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଜଣେ ଛାତ୍ରଙ୍କୁ ଟ୍ରେନ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଛାତ୍ରର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଛାତ୍ରର ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ମୃତ ଛାତ୍ର ନାମ ଅନିଶ କୁମାର ସାହୁ । ସେ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟରେ ୮ମ ଶ୍ରେଣୀରେ ପାଠପଢୁଥିଲା ଏବଂ ଘର ଘସିପୁରା ବ୍ଲକ୍‌ ନାରଙ୍ଗପୁର ଗ୍ରାମରେ ଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ମଙ୍ଗଳବାର ଅନିଶ ସ୍କୁଲରୁ ଘରକୁ ଫେରୁଥିଲା। ରାସ୍ତାରେ ରେଳ ଲାଇନ ପାର୍‌ କରୁଥିବା ବେଳେ ଟ୍ରେନ୍‌ ଆସୁଥିବା ସେ ଜାଣି ପାରି ନଥିଲା। ଫଳରେ ଧଉଳୀ- ବଡବିଲ ଏକ୍ସପ୍ରେସ ତାକୁ ଧକ୍କା ଦେଇଥିଲା ଓ ଘଟଣାସ୍ଥଳରେ ଛାତ୍ରଙ୍କର ମୃତ୍ୟୁ ହୋଇଯାଇଥିଲା।

ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ରେଲୱେ ପୁଲିସ ଓ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଚିକିତ୍ସାଳୟକୁ ପଠାଇଛନ୍ତି।

ସମ୍ବନ୍ଧିତ ଖବର