ଟିଟିଲାଗଡ଼: ଟ୍ରେନ୍‌ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର

368

ଟିଟିଲାଗଡ଼: ଟିଟିଲାଗଡ଼ ଲୁଥରବନ୍ଧ ନିକଟରେ ସୋମବାର ଅପରାହ୍ନରେ ଟ୍ରେନ୍‌ ସହ ଧକ୍କା ଖାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କ ଅବସ୍ଥା ଗୁରୁତର ଅଛି।  ଗୁରୁତର ଆହତଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତକଙ୍କ ନାମ ଚୁଡ଼ାମଣି ସାହୁ ଓ ବୟସ ୫୦ ବର୍ଷ ଏବଂ ଗୁରୁତରଙ୍କ ନାମ ହୃଷୀକେଶ ସାହୁ। ଦୁହିଁଙ୍କ ଘର କଳାହାଣ୍ଡି ଜିଲ୍ଲାରେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ଲୁଥରବନ୍ଧ ନିକଟରେ  ଏହି ଦୁଇଜଣ ବ୍ୟକ୍ତି ବାଇକ୍‌ ଯୋଗେ ରେଳଧାରଣା ପାର କରୁଥିଲେ। ଏହି ସମୟରେ ଦୁହେଁ ଅନ୍ୟମନସ୍କ ଥିଲେ, ତେଣୁ ଦ୍ରୁତଗତିରେ ଆସୁଥିବା ଜୁନାଗଡ଼-ସମ୍ବଲପୁର ଏକ୍ସପ୍ରେସ ସମ୍ପର୍କରେ ଜାଣି ପାରି ନଥିଲେ। ଫଳରେ ଟ୍ରେନ୍‌ ସହ ଧକ୍କା ଖାଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲା। ସ୍ଥାନୀୟଲୋକ ଘଟଣା ସମ୍ପର୍କରେ ଖବର ପାଇଁ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଥିଲା।

ସମ୍ବନ୍ଧିତ ଖବର

Comments are closed.