ବେତନଟି: ସାଇକେଲ ଆରୋହୀଙ୍କୁ ଘୋଷାରି ନେଲା ଟ୍ରକ, ଉତ୍ତେଜନା, ରାସ୍ତାରୋକ

ବେତନଟି: ଆଜି ସକାଳେ ମୟୂରଭଞ୍ଜ ବେତନଟି ବ୍ଲକ୍‌ ଅନ୍ତର୍ଗତ ଜାତୀୟ ରାଜପଥର ବୈଶିଙ୍ଗା ନିକଟରେ ଏକ ୧୦ ଚକିଆ ଟ୍ରକ୍‌ ଜଣେ ସାଇକେଲ ଆରୋହୀଙ୍କ ଉପରେ ଚଢ଼ିଯାଇଛି। କେବଳ ସେତିକି ନୁହେଁ, ଟ୍ରକ୍‌ଟି ମୃତଦେହକୁ ଘୋଷାରି ନେବା ଫଳରେ ମୃତଦେହର ଅଧିକାଂଶ ରାସ୍ତାରେ ମିଶିଯାଇଛି। ଏହି ଦୁର୍ଘଟଣା ପ୍ରତିବାଦରେ ସ୍ଥାନୀୟ ଲୋକେ ଦୀର୍ଘ ସମୟ ଧରି ରାଜପଥ ଅବରୋଧ କରି ରଖିଛନ୍ତି। ଖବରପାଇ ପୁଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିି ଲୋକଙ୍କୁ ବୁଝାଶୁଝା କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ବୈଶିଙ୍ଗା ନିକଟସ୍ଥ ପଦଲାମପୁର ଗାଁର ମଙ୍ଗଳ ମୁର୍ମୁ(୪୫ ବର୍ଷ) ନାମକ ଜଣେ ବ୍ୟକ୍ତି ସାଇାକେଲରେ ଘରକୁ ଫେରୁଥିବା ବେଳେ ତାଙ୍କୁ ପଛପଟୁ ଏକ ଟ୍ରକ୍‌ ଧକ୍କାଦେଇ ଘୋଷାରି ନେଇଥିିଲା। ଦୁର୍ଘଟଣା ପରେ ଟ୍ରକ୍‌ଟି ଫେରାର ହୋଇ ଯାଇଛି। ତେବେ ଶ୍ରୀ ମୁର୍ମୁଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛିି। ଲୋକେ ଅଭିଯୋଗ କରିଛନ୍ତି ଯେ, ଜାତୀୟ ରାଜପଥର ସମ୍ପ୍ରସାରଣ କରାଯାଇ ୪ ଥାକିଆ ରାସ୍ତା କରାଯାଉଛି। ମାତ୍ର ଏଥିପାଇଁ ଠିକା ନେଇଥିବା ସଂସ୍ଥା ସ୍ଥାନୀୟ ଲୋକଙ୍କ ଅସୁବିଧା ନ ବୁଝି ରାସ୍ତାକୁ ସଙ୍କୁଚିତ କରି ଦେଇଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ କରିବା ସହିତ ମୃତ ଶ୍ରୀ ମୁର୍ମୁଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ଦାବିରେ ରାସ୍ତାରୋକ ଚଳାଇଛନ୍ତି।

ସମ୍ବନ୍ଧିତ ଖବର