ସମ୍ବଲପୁର: ଟ୍ରକ୍‌ ବୋଲେରୋ ଧକ୍କା, ୧୧ ଆହତ

ସମ୍ବଲପୁର: ଆଜି ସକାଳେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଠେଲକୁଲି ଠାରେ ଏକ ଟ୍ରକ୍‌ ଓ ବୋଲେରୋ ମଧ୍ୟରେ ଧକ୍କା ହୋଇଛି। ଫଳରେ ବୋଲେରୋରେ ଥିବା ୧୧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନେ ସୁନ୍ଦରଗଡ଼ରୁ ସମଲେଇ ଦର୍ଶନ ପାଇଁ ସମ୍ବଲପୁର ଯାଉଥିବା ବେଳେ ସେମାନଙ୍କୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଆହତମାନଙ୍କ ମଧ୍ୟରେ ୫ ଜଣଙ୍କ ଅବସ୍ଥା ଗୁରୁତର ଅଛି।ବୋଲେରୋ ଡ୍ରାଇଭର ଜିତୁ ଓରାମ, ଶିବରାରାୟଣ କୁଜୁର, ମମିତା ବାର୍ଲା, ଫୁଲ ବାର୍ଲା ଓ ରମେୟା ବେଗଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର