ଅନୁଗୁଳ: ଇନୋଭା- ଟ୍ରକ ଧକ୍କା, ଜଣେ ମୃତ, ୨ ଗୁରୁତର

ଅନୁଗୁଳ: ଆଜି ସକାଳେ ସମ୍ବଲପୁରରୁ ଜଣେ କ୍ୟାନସର ରୋଗୀଙ୍କୁ ନେଇ ଆସୁଥିବା ଏକ ଇନୋଭା ଗାଡ଼ି ସହିତ ଏକ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।
ମିଳଥିିବା ସୂଚନା ଅନୁଯାୟୀ, ସମ୍ବଲପୁରରୁ ଜଣେ କ୍ୟାନସର ରୋଗୀଙ୍କୁ ଧରି ତାଙ୍କ ସମ୍ପର୍କୀୟମାନେ ଓଆର ୧୫ ଜି ୪୪୪୫ ନମ୍ବର ବିଶିଷ୍ଟ ଇନୋଭା ଗାଡ଼ିରେ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ସମ୍ବଲପୁର- କଟକ ଜାତୀୟ ରାଜପଥର ଜରପଡ଼ା ଥାନା ଅନ୍ତର୍ଗତ କୁରୁମସିଂହ ଠାରେ ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଧକ୍କାରେ ସନ୍ତୋଷ ପ୍ରଧାନ(୨୩ ବର୍ଷ) ନାମକ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅନ୍ୟ ଦୁଇଜଣଙ୍କୁ ଉଦ୍ଧାର କରାଯାଇ ଚିକତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର