ଜାତୀୟ ରାଜପଥରେ ଜଳିଗଲା ଦିଆସିଲି ବୋଝେଇ ଟ୍ରକ୍‌

ଯାଜପୁର / କୋରେଇ- ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଥାନା ଅନ୍ତର୍ଗତ ଆଖୁଆପଦା ପୋଲ ନିକଟରେ ଆଜି ସକାଳେ ଏକ ଦିଆସିଲି ବୋଝେଇ ଟ୍ରକ ଜଳି ପାଉଁଶ ହୋଇଯାଇଛି।
ସୂଚନା ଅନୁସାରେ ଟିଏନ-୨୮ବିବି-୭୬୨୨୭ ନମ୍ବର ବିଶିଷ୍ଟ ଦିଆସିଲି ବୋଝେଇ ଟ୍ରକଟି ଭୁବନେଶ୍ୱରରୁ କଲିକତା ଅଭିମୁଖେ ଯାଉଥିଲା। ତେବେ ମୂଳାପାଳ ପଞ୍ଚାୟତ ନିକଟ ଆଖୁଆପଦା ପୋଲ ନିକଟରେ ଟ୍ରକଟିରେ କେଣସି କାରଣରୁ ନିଆଁ ଲାଗି ଯାଇଥିଲ। ଏହି ଦେଖି ଲୋକମାନେ ପାଟି କରିବାରୁ ଟ୍ରକ୍‌ ଡ୍ରାଇଭର ଓ ହେଲପର ଟ୍ରକକୁ ରଖି ଗାଡିରୁ ଓହ୍ଲାଇ ପଡିଥିଲେ। ଖବର ପାଇ ବୈତରଣୀ ରୋଡ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପାଣିକୋଇଲି ପୁଲିସ ପହଞ୍ଚି ଗାଡିମଟର ଯାତାୟତକୁ ସ୍ୱଭାବିକ କରିଛି। ତେବେ ଦିଆସିଲି ଟ୍ରକ୍‌ରେ ନିଆଁ ଲାଗି ଯାଇଥିବା ସୂଚନା ପାଇ ନିକଟବର୍ତ୍ତୀ ଗ୍ରାମର ଲୋକେ ପହଞ୍ଚି ସେଥିରୁ କିଛି ଦିଆସିଲି ଘରକୁ ବୋହି ନେଇ ଯାଉଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର