ନୟାଗଡ଼: ଯୁବକଙ୍କ ମୁଣ୍ଡଉପରେ ଚଢ଼ିଗଲା ଟ୍ରକ୍‌

ନୟାଗଡ଼: ଆଜି ଦିନ ସାଢ଼େ ୧୨ଟା ବେଳେ ନୟାଗଡ଼ ସହରର ଓଡ଼ଗାଁ ଛକରେ ଜଣେ ବାଇକ ଆରୋହୀଙ୍କ ଉପରେ ଏକ ଟ୍ରକ୍‌ ଚଢ଼ିଯିବାରୁ ଘଟଣାସ୍ଥଳରେ ବାଇକ ଆରୋହୀଙ୍କରୀ ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ସହିତ ଗାଡ଼ି ଦୁଇଟିକୁ ଜବତ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଜାମୁଝୋଲା ଗ୍ରାମର ବିଭୁତି ବରାଡ଼(୩୦ ବର୍ଷ) ନିଜ ଓଆର୨୫ ସି ୫୧୪୫ ନମ୍ବର ବିଶିଷ୍ଟ ବାଇକ୍‌ ଯୋଗେ ଓଡଗାଁ ଆଡୁ ଆସୁଥିବା ବେଳେ ପଛପଟୁ ତାଙ୍କୁ ଓଆର୦୨ ଏମ ୮୮୧୫ ନମ୍ବର ବିଶିଷ୍ଟ ଟ୍ରକ୍‌ ଧକ୍କା ଦେଇଥିଲା। ଶ୍ରୀ ବରାଡ଼ ପଡ଼ିଯିବା ପରେ ତାଙ୍କ ମୁଣ୍ଡଉପରେ ଟ୍ରକ୍‌ଟି ଚଢ଼ିଯାଇଥିଲା। ଫଳରେ ଘଟରାସ୍ଥଳରେ ହିଁ ଶ୍ରୀ ବରାଡ଼ଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର