ସୁନ୍ଦରଗଡ଼: ଫୁଟପାଥରେ ଶୋଇଥିିବା ବେଳେ ଚଢ଼ିଗଲା ଟ୍ରକ, ଦୁଇଭାଇଙ୍କ ସହିତ ୩ ମୃତ

ସୁନ୍ଦରଗଡ଼: ଗତକାଲିି ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବଜାର ଉପରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଦିନତମାମ ପରିଶ୍ରମ କରି କ୍ଲାନ୍ତ ହୋଇ ଫୁଟ୍‌ପାଥ ଉପରେ ଶୋଇଥିବା ଲୋକଙ୍କ ଉପରେ ଏକ କୋକାକୋଲା ବୋଝେଇ ଟ୍ରକ୍‌ ଚଢ଼ିଯିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ୩ ଜଣଙ୍କ ଘର ବିହାରରେ ହୋଇଥିବା ବେଳେ ମୋନେ କୁତ୍ରା ବଜାରରେ ଆଖୁରସ ଓ ଫଳରସ ଦୋକାନ କରି ଗୁଜୁରାଣ ମେଣ୍ଟାଇଥାନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଅଟକାଇଛି ଓ ଏହାର ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।
ମିଳିଥିବା ସୂଚନା ଅନୁଯାୟୀ, କୁତ୍ରା ବସଷ୍ଟାଣ୍ଡ ଅଞ୍ଚଳରେ ବିହାର ଜନପୁର ଜିଲ୍ଲାର ଦିଲେଦାର ସୋନକର(୨୬ ବର୍ଷ) ଓ ତାଙ୍କ ସାନ ଭାଇ ଉଜ୍ୱଳ ସୋନକର( ୨୦ ବର୍ଷ) କୁତ୍ରା ବସଷ୍ଟାଣ୍ଡରେ ଏକ ଆଖୁରସ ଦୋକାନ କରିଛନ୍ତି। ସେହିପରି ଜନପୁର ଜିଲ୍ଲା ଅଞ୍ଚଳର ବିଜେଶ ମହୁରିଆ (୨୦ ବର୍ଷ) ସେଠାରେ ଏକ ଫଳରସ ଦୋକାନ କରିଛନ୍ତି ।ଗତକାଲି ରାତିରେ ସେମାନେ ବେପାର ସାରି ବସଷ୍ଟାଣ୍ଡ ପାଖରେ ଥିବା ଫୁଟପାଥରେ ଖାଇ ପିଇ ଶୋଇ ପଡ଼ିଥିଲେ। ତେବେ ରାତି ପ୍ରାୟ ସାଢ଼େ ୧ଟାରୁ ୨ଟା ମଧ୍ୟରେ ରାଉରକେଲାରୁ କୋକକୋଲା ବୋଝେଇ କରି ସୋନପୁର ଯାଉଥିବା ଓଡି ୧୪ ଡି ୩୮୦୯ ନମ୍ବର ବିଶିଷ୍ଟ ଟ୍ରକ୍‌ଟି ଦୃତଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଫୁଟପାଥ ଉପରକୁ ଚଢ଼ିଯାଇଥିଲା। ଫଳରେ ଟ୍ରକ୍‌ଟି ପୁଟପାଥରେ ଶୋଇଥିବାଏହି ୩ ଜଣଙ୍କ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ଦିଲେଦାର ସୋନକରଙ୍କର ମୃତ୍ୟୁ ଘଟିଥିବା ବେଳେ ବୁର୍ଲା ବଡ଼ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ବାଟରେ ଅନ୍ୟ ଦୁଇଜଣ ଉଜ୍ୱଳ ଓ ବ୍ରିଜେଶଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର