ମାଲକାନଗିରି: ତୁଳସୀ ପାହାଡରେ ପୁଲିସ ଓ ମାଓବାଦୀ ଗୁଳିବିନିମୟ, ୬ଟି ମୋବାଇଲ ସହିତ ମାଓପୁସ୍ତକ ଓ ଦୈନଦିନ ବ୍ୟବହାର ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ମାଥିଲି ଥାନା ସୋଡିଗୁଡ଼ା ଜଙ୍ଗଲସ୍ଥିତ ତୁଳସୀ ପାହାଡରେ ଗୁରୁବାର ପୁଲିସ ଓ ମାଓବଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଫଳରେ ପୁଲିସ ଗୁଳିର ସାମ୍ନା କରି ନପାରି ମାଓବାଦୀ ସେ ସ୍ଥାନ ଛାଡ଼ି ଚାଲି ଯାଇଥିଲେ। ଏହାପରେ ପୁଲିସ ସର୍ଚ୍ଚ ଅପରେସନ୍‌ କରି ଘଟଣାସ୍ଥଳରୁ ୬ଟି ମୋବାଇଲ ଫୋନ୍‌, ମାଓପୁସ୍ତକ ଓ ମାଓବାଦୀଙ୍କ ଦୈନଦିନ ବ୍ୟବହାର ସାମଗ୍ରୀ ଆଦିକୁ ଜବତ କରିବା ସହିତ ମାଓ କ୍ୟାମ୍ପ ଧ୍ୱଂସ କରି ଦେଇଛି। ଏବେ ବି ସର୍ଚ୍ଚ ଅପରେସନ୍‌ ଜାରି ରହିଛି ବୋଲି ଏସ୍‌ପି ଜଗମୋହନ ମିନା କହିଛନ୍ତି।

ସମ୍ବନ୍ଧିତ ଖବର