ଢେଙ୍କାନାଳ: ଠକେଇ ମାମଲାରେ ୨ ପୂର୍ବତନ ବ୍ୟାଙ୍କ ଅଧିକାରୀ ଗିରଫ

କାମାକ୍ଷାନଗର: ବ୍ୟାଙ୍କ ଠକେଇ ମାମଲାରେ ଇଓଡବ୍ଲୁ ଶନିବାର ୨ ଜଣ ପୂର୍ବତନ ଅଧିକାରୀଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ୟୁନାଇଟେଡ ସେଣ୍ଟ୍ରାଲ ସମବାୟ ବ୍ୟାଙ୍କ ଠକେଇ ମାମଲାରେ ୨ ପୂର୍ବତନ ବ୍ୟାଙ୍କ ଅଧିକାରୀ ସହଦେବ ସାହୁ ଓ ଶାନ୍ତନୁ ବରାଳଙ୍କୁ କ୍ରାଇମବ୍ରାଞ୍ଚର ଇଓଡବ୍ଲୁ ଗିରଫ କରିଛି।

ସୂଚନା ଅନୁସାରେ ଢେଙ୍କାନାଳ ଜିଲା କାମାକ୍ଷାନଗରରୁ ଶନିବାର ଅର୍ଥନୈତିକ ଅପରାଧ ଶାଖାର ଅଧିକାରର ମାନେ ପହଞ୍ଚି ଅର୍ଥ ହେରଫେର ମାମଲାରେ ଅନୁଗୁଳ କେନ୍ଦ୍ର ସମବାୟ ବ୍ୟାଙ୍କର ୨ଜଣ କର୍ମଚାରିଙ୍କୁ ଉଠାଇନେଇ କୋଟଚାଲାଣ କରିଛନ୍ତି। ସେମାନଙ୍କ ଜାମିନ ଖାରଜ ହେବାରୁ ଦୁହିଁକୁ କାମାକ୍ଷାନଗର ଜେଲକୁ ପଠାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ପରଜଙ୍ଗ ବ୍ରାଞ୍ଚ୍‌ ସୁଫରଭାଇଜର ଶାନ୍ତନୁ କୁମାର ବରାଳ(୫୫) ଓ କାମାକ୍ଷାନଗର ବ୍ରାଞ୍ଚର ପୂର୍ବତନ ଆକାଉଟାଣ୍ଟ ସହଦେବ ସାହୁ(୬୧)।

ଶାନ୍ତନୁ ଏହା ପୂର୍ବରୁ ବିଭିନ୍ନ ପ୍ରାଥମିକ ସେବା ସମବାୟ ଶାଖାରେ ସମ୍ପାଦକ ଥିବାବେଳେ ବ୍ୟାଙ୍କର କର୍ମଚାରୀଙ୍କୁ ହାତକରି ବିଭିନ୍ନ ସମୟରେ ଅନେକ ସାଧାରଣଲୋକଙ୍କ ନାମରେ ମିଥ୍ୟା ଋଣକରି ପ୍ରାୟ ୧ କୋଟି ୧୫ ଲକ୍ଷ ୧୬ ହଜାର ୩୦୦ ଟଙ୍କା ଲୁଟିନେଇଥିଲେ। ବ୍ୟାଙ୍କ ଅଡିଟ ସମୟରେ ତଥ୍ୟ ପଦାକୁ ଆସିଲାପରେ ଶାଖା ପକ୍ଷରୁ ଏନେଇ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ଦ୍ଵାରସ୍ଥ ହୋଇଥିଲେ। ତଦନ୍ତରେ ପୂର୍ବତନ ଶାଖା ପରିଚାଳକଙ୍କ ସମେତ ୪ଜଣ ସଂପୃକ୍ତ ଥିବାର ପ୍ରମାଣ ମିଳିବାପରେ ଅଭିଯୁକ୍ତ ମାନେ ତରଭରିଆ ଭାବେ କିଛି ଅର୍ଥ ବ୍ୟାଙ୍କରେ ଦାଖଲ କରିଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିବ।

ସମ୍ବନ୍ଧିତ ଖବର