ଫୁଲବାଣୀ: ଗଞ୍ଜେଇ ସହିତ ୨ ବାଇକ ଜବତ, ୨ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ବେଲପଡ଼ା-ବନ୍ଧପଡ଼ା ରାସ୍ତାର ଟାଙ୍ଗରପଡ଼ା ନିକଟରେ ଫିରିଙ୍ଗିଆ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଦୁଇଟି ବାଇକରେ ଗାଞ୍ଜେଇ ଚୋରାଚାଲାଣ କରୁଥିବା ଦୁଇଜଣଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ଠାରୁ ୨୨କିଲୋଗ୍ରାମ ୪ ଶହ ଗ୍ରାମର ଗଞ୍ଜେଇ ଜବତ କରିବା ସହିତ ଦୁଇଟି ବାଇକ୍‌ ଜବତ କରାଯାଇଛି।
ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ବାଣିଗୋଛା ଥାନା ଅନ୍ତର୍ଗତ ତକୁଡ଼ା ଗ୍ରାମର ନରେନ୍ଦ୍ର ପ୍ରଧାନ(୪୫ ବର୍ଷ) ଓ ଦଶପଲ୍ଲା ଥାନା ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମର ସୁଶାନ୍ତ ଭୋଇ(୩୯ ବର୍ଷ) ଓଆର୨୫ ଏ ୯୫୦୬ ନମ୍ବର ବିଶିଷ୍ଠ ଏକ ଡିସ୍‌କଭର ବାଇକ ଓ ଓଡ଼ି୨୫ ଡି ୯୬୭୮ ନମ୍ବର ବିଶିଷ୍ଟ ଏକ ଟିଭିଏସ ବାଇକ୍‌ରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇ ଗିରଫ କରିଥିଲା। ଏ ନେଇ ଫିରିଙ୍ଗିଆ ଥାନା ପୁଲିସ ୩୧/୨୦୧୮ ନମ୍ବର ମାମଲା ରୁଜୁ କରି ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର