ବାଲେଶ୍ୱର: ୨ଟି ଏଟିଏମ୍‌ରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ

ବାଲେଶ୍ୱର: ଗତକାଲି ରାତିରେ ବାଲୋବର ସହରରେ ,ଟିଏମ ଲୁଟେରାମାନେ ଦୁଇଟି ଏଟିଏମ୍‌ରେ କଳାକନା ବୁଲାଇ ଦେଇଛନ୍ତି। ଗ୍ୟାସ କଟକ ଯୋଗେ ଏଟିଏମ କାଟି ଏଥିରେ ଥିବା ପ୍ରାୟ ୩୦ ଲକ୍ଷ ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଥିବା ଚର୍ଚ୍ଚା ହେଉଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୩ଟା ସମୟରେ ସଦର ଥାନା ଫକୀରମୋହନ ନଗରର ଉଦେସ ରାଉତ ନାମକ ଜଣେ ଯୁବକ ପୁରୀ ଯିବା ପାଇଁ ଟଙ୍କା ଉଠାଇବାକୁ ଆଇଟିଆଇ ଛକ ସ୍ଥିତ ଷ୍ଟେଟ୍‌ବ୍ୟାଙ୍କ ଏଟିଏମ କାଉଣ୍ଟରକୁ ଆସିଥିଲେ। ମାତ୍ର ଏଟିଏମ୍‌ର ସର୍ଟର ଅଧା ଟଣା ଯାଇଥିବା ଦେଖି ସେ ତାଙ୍କ ଘରକୁ ଫୋନ କରିଥିଲେ। ଏହି ସମୟରେ ୨/୩ ଜଣ ଦୁର୍ବୃତ୍ତ ଆସି ତାଙ୍କ ମୁହଁକୁ ବାନ୍ଧିି ଦେବା ସହିତ ତାଙ୍କୁ ମାଡ଼ ମାରି ତାଙ୍କ ଗାଡ଼ି ଚାବି ଛଡ଼ାଇ ନେଇଥିଲେ। ପରେ ଉଦେସଙ୍କୁ ଚୁପ୍‌ ରହିବାକୁ କହି ଦୁର୍ବୃତ୍ତମାନେ ଗ୍ୟାସ କଟର ଯୋଗେ ଏଟିଏମ କାଟି ଏଥିରେ ଥିବା ଲକ୍ଷଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଥିଲେ।
ସେହିପରି ସୁନହଟ ବଜାରରେ ଥିବା ଏକ ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌କୁ ମଧ୍ୟ ସମାନ ଢ଼ଙ୍ଗରେ ଲୁଟେରାମାନେ ଲୁଟି ନେଇଛନ୍ତି। ଆଜି ସକାଳୁ ଖବର ପାଇ ବାଲେଶ୍ୱର ପୁଲିସ ଏଟିଏମ ସମ୍ମୁଖରେ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର