ବାରିପଦା:ଦୁଇ ଗୋରୁ ମାଂସ ବେପାରିଙ୍କୁ ନିସ୍ତୁକ ମାଡ଼ ମାରି ଆଣ୍ଠେଇ ଦେଲେ

ବାରିପଦା/ରାଇରଙ୍ଗପୁର: ଗୋରୁ ମାଂସ ବିକ୍ରି ଓ ଚୋରା ଚାଲାଣ କରିବା ଅଭିଯୋଗରେ ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର = ଉପଖଣ୍ଡ ଅନ୍ତର୍ଗତ ବହଳଦା ଥାନା ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛିି। ଲୋକେ ଦୁଇଜଣ ଗୋରୁ ମାଂସ ବେପାରିଙ୍କୁ ଧରି ମାଡ଼ ମାରିବା ସହିତ ଆଣ୍ଠେଇ ଦେଇଥିଲେ। ତେବେ ସେମାନେ ଆଉ ଏହି କାର୍ଯ୍ୟ କରିବେ ନାହିଁ ବୋଳି ପ୍ରତିଶ୍ରୁତି ଦେବା ପରେ ଉତ୍ତ୍ୟକ୍ତ ଲୋକେ ସେମାନଙ୍କୁ ଛାଡ଼ି ଦେଇଛନ୍ତି। ତେବେ ଏ ସମ୍ପର୍କରେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବେଳେ ପୁଲିସ କିଛି ଜାଣି ନ ଥିବା କହିଛି।
ମିଳିଥିବା ସୂଚନା ଅନୁଯାୟୀ, ରାଇରଙ୍ଗପୁର ଉପଖଣ୍ଡର ବହଲଦା ଥାନା ଅନ୍ତର୍ଗତ ଗମ୍ଭାରିଆ ଓ ଭାଲୁବସା ଗ୍ରାମର ଦୁଇଜଣ ବ୍ୟକ୍ତି ଦୀର୍ଘ ଦିନ ହେବ ଗୋରୁମାଂସ ବିକ୍ରିି କରୁଥିବାନେଇ ଅଭିଯୋଗ ହେଉଥିଲା। ଏ ନେଇ ଲୋକେ ବିଭିନ୍ନ ସମୟରେ ସେମାନଙ୍କୁ ଧରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେମାନେ ଖସିଯିବାକୁ ସକ୍ଷମ ହେଉଥିଲେ। ତେବେ ଗତକାଲି ସେମାନେ ଗହ୍ମାରିଆ ଗ୍ରାମରେ ଗୋରୁ ମାଂସ ବିକ୍ରି କରୁଥିବା ବେଳେ ସେଠାରେ ଛପି ରହିଥିବା ଲୋକେ ସେମାନଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରି ଉଠ୍‌ବସ କରାଇଥିଲେ। ପରେ ସେମାନଙ୍କୁ କାନଧରି ଆଣ୍ଠେଇ ଦେବା ସହିତ ଆଉ ଏପରି ନ କରିବାକୁ ତାଗିଦ କରିଥିଲେ। ତେବେ ଉଭୟ ଆଉ ଗୋରୁ ମାଂସ ବିକ୍ରି,ଚାଲାଣ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକେ ସେମାନଙ୍କୁ ଛାଡ଼ି ଦେଇଛନ୍ତି।

ସମ୍ବନ୍ଧିତ ଖବର