ବାଇକ୍‌କୁ ହାଇଓ୍ଵା ଦେଲା ଧକ୍କା: ଜାତୀୟ ସାହସିକତା ପୁରସ୍କାରପ୍ରାପ୍ତ ଛାତ୍ରଙ୍କ ମୃତ୍ୟୁ

କେନ୍ଦ୍ରାପଡା: ରାଜନଗର ଥାନା ଡାଙ୍ଗମାଳ ରାସ୍ତାର ଜରି ଛକରେ ହାଇଓ୍ଵା ଧକ୍କା ଦେବାରୁ ଶୁକ୍ରବାର ସନ୍ଧ୍ୟାରେ ୨ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଜାତୀୟ ସାହସିକତା ପୁରସ୍କାର ପ୍ରାପ୍ତ ଛାତ୍ର ସିତୁ ମଲିକ ଓ ତାଙ୍କର ସମ୍ପର୍କୀୟ ଭାଇ ଦୁର୍ଯ୍ୟୋଧନ ମଲିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମିଳିବାରୁ ପୁଲିସ ଘଟଣାସ୍ଥଳକୁ ପହଂଚିଛି। ମାତ୍ର ଏହା ପୂର୍ବରୁ ସ୍ଥାନୀୟ ଲୋକେ ଉତ୍ତେଜନା ସୃଷ୍ଟି କରିଛନ୍ତି। ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଫଳରେ ଯାତାୟତ ପ୍ରଭାବିତ ହୋଇଛି। ପୁଲିସ ଲୋକଙ୍କୁ ବୁଝାସୁଝା କରିବା ପରେ ଯାତାୟତ ପୁଣି ଥରେ ସ୍ୱାଭାବିକ ହୋଇଛି।

ସୂଚନାଯୋଗ୍ୟ ଚଳିତ ବର୍ଷ ଉଭୟ ସିତୁ ଜାତୀୟ ସାହସିକତା ପୁରସ୍କାର ପାଇଥିଲେ। ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ନବୀନ ମୃତକଙ୍କ ପରିବାରକୁ ୨-୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର