ସୁନ୍ଦରଗଡ଼: ଅଜଣାଗାଡ଼ି ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ

ସୁନ୍ଦରଗଡ଼: ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡ଼ ସହରର ରାଣୀବଗିଚା ବାଇପାସ ନିକଟରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଦୁଇଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ବାଇକରେ ଯାଉଥିବାଏହି ଦୁଇଜଣ ଯୁବକଙ୍କୁ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେଇଥିିବା କୁହାଯାଉଛି। ମୃତ ଦୁଇ ଯୁବକଙ୍କର କୌଣସି ପରିଚୟ ମିଳି ନାହିଁ। ଖବର ପାଇ ସୁନ୍ଦରଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୨ଟା ବେଳେ ସୁନ୍ଦରଗଡ଼ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ରାଣୀପାଶ ବାଇପାସ ଉକ ଠାରୁ ଅଳ୍ପ ଦୂରରେ ରକ୍ତ ଜୁଡ଼ୁବୁଡ଼ୁ ଦୁଇଜଣ ଯୁବକଙ୍କ ମୃତଦେହ ସହିତ ଏକ ସମ୍ପୂର୍ଣ୍ଣ ଦୁଇଖଣ୍ଡ ହୋଇଯାଇଥିବା ଏକ ବାଇକ ପଡ଼ିଥିବା ଦେଖିବାକୁ ପାଇଥିଲେ। ଯୁବକ ଦ୍ୱୟଙ୍କୁ କୌଣସି ଏକ ଅଜଣାଗାଡ଼ି ଧକ୍‌କା ଦେବା ପରେ ସେମାନଙ୍କୁ ପ୍ରାୟ ୫୦ ଫୁଟ୍‌ ଦୂରକୁ ଘୋଷାଡ଼ି ନେଇଥିବା ଦେଖିବାକୁ ମିଳିଛି। ବାଇକ୍‌ଟିର ଆଗ ଚକ ଭାଙ୍ଗି ଅଲଗା ହୋଇ ଯାଇଥିବା ବେଳେ ଉଭୟ ଯୁବକଙ୍କ ମୁଣ୍ଡ ଉପରେ ଅଜଣା ଗାଡ଼ିର ଚକ ଚଢ଼ିଯାଇଛି। ଏ ପର୍ଯ୍ୟନ୍ତ ଯୁବକଦ୍ୱୟଙ୍କ ପରିଚୟ ମିଳି ନ ଥିବା ବେଳେ ସମ୍ଭବତଃ ସେମାନେ ମିସନ ଏରିଆର ଯୁବକ ହୋଇଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର