ମାଛ ଧରିବାକୁ ଯାଇ ଜୀବନ ହାରିଲେ ଦୁଇଭାଇ

ବାଲିଆପାଳ: ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମ ନିକଟସ୍ଥ ନଦୀକୁ ମାଛ ଧରିବା ପାଇଁ ଯାଇଥିବା ଦୁଇଭାଇଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଦୁଇଭାଇ ହେଲେ ମଧୁସୂଦନ ବେହେରାଙ୍କ ପୁଅ ବିଜୟ ବେହେରା (୧୮) ଓ ଅଜୟ ବେହେରା (୧୩)।

ସୂଚନା ଅନୁସାରେ ଦୁଇଭାଇ ଆଜି ଅପରାହ୍ନରେ ସାଙ୍ଗ ହୋଇ ମାଛ ଧରିବା ପାଇଁ ନିକଟସ୍ଥ ନଦୀକୁ ଯାଇଥିଲେ। ସଂଧ୍ୟା ଯାଏ ସେମାନେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ତେବେ ରାତି ପ୍ରାୟ ୮ଟା ବେଳେ ଡଗରାହାଟ ପାଖ ନଦୀକୂଳ‌ରେ ଦୁଇଭାଇଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଂଚି ଶବ ଦୁଇଟିକୁ ଉଦ୍ଧାର କରିଥିଲେ। ଖବର ପାଇ ଜାମକୁଣ୍ଡା ଫାଣ୍ଡି ଅଧିକାରୀ ଶାରଦା ପ୍ରସନ୍ନ ମୁଦୁଲି ପହଂଚି ଶବ ଜବତ କରିଛନ୍ତି। ତେବେ ଯାହା ଅନୁମାନ କରାଯାଉଛି। ନଦୀ ପାରି ହେଉଥିବା ସମୟରେ ଦୁହେଁ ବୁଡ଼ିଯାଇ ପ୍ରାଣ ହରାଇଥାଇପାରନ୍ତି।

ସମ୍ବନ୍ଧିତ ଖବର