୫-ଟିର ପ୍ରଭାବ: ଦାୟିତ୍ୱରେ ଅବହେଳା ପାଇଁ ୨ କନଷ୍ଟେବଳ ନିଲମ୍ବିତ

ଫୁଲବାଣୀ: ଦାୟିତ୍ୱରେ ଅବହେଳା ଯୋଗୁଁ କନ୍ଧମାଳ ଜିଲ୍ଲାର ଚକାପାଦ ଥାନାର ୨ କନଷ୍ଟେବଳ ଆଜି ନିଲମ୍ବିତ ହୋଇଛନ୍ତି। ଦୁଇ କନଷ୍ଟେବଳ ହେଲେ ସଞ୍ଜୀବ ବେହେରା ଓ ବସନ୍ତ ନାହାକ। ଉଭୟ କାର୍ଯ୍ୟରେ ଅବହେଳା କରୁଥିବା ନେଇ ଥାନା ଅଧିକାରୀ ଏସ୍‌.ପି. ପ୍ରତୀକ ସିଂଙ୍କୁ ଅବଗତ କରିଥିଲେ। ଏସ୍‌.ପିଙ୍କ ନିର୍ଦ୍ଦେଶରେ ଆଜି ଉଭୟ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ଥାନା ଅଧିକାରୀ ତରୁଣତପନ ବେହେରା ସୂଚନା ଦେଇଛନ୍ତି। ରାଜ୍ୟରେ ୫-ଟି କାର୍ଯ୍ୟକାରୀ ହେବା ପରେ ଦାୟିତ୍ୱରେ ଅବହେଳା କରୁଥିବା କର୍ମଚାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉଥିବା ବେଳେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର