ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଆଡେନିଗଡ଼ ପଞ୍ଚାୟତର କ୍ୱାରେଣ୍ଟାଇନ୍ରେ ଥିବା ୨୧ଜଣ ପ୍ରବାସୀଙ୍କ ସ୍ୱାବ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିବା ପରେ ସ୍ଥାନୀୟ ସରପଞ୍ଚ ଝିଲ୍ଲିରାଣୀ ପ୍ରଧାନ ଜିଲ୍ଲାପାଳ କ୍ଷମତା ବଳରେ ଉକ୍ତ ପଞ୍ଚାୟତକୁ ୨ଦିନପାଇଁ ସର୍ଟ ଡାଉନ ଘୋଷଣା କରିଛନ୍ତି। ହରଭଙ୍ଗା ବ୍ଲକର ତିନୋଟି ଟିଏମସିରେ ଥିବା ସନ୍ଦିଗ୍ଧଙ୍କ ସ୍ୱାବ ରିପୋର୍ଟ ମଙ୍ଗଳବାର ରାତିରେ ପହଞ୍ଚି ଥିଲା। ଏଥିରେ ଆଡେନିଗଡ଼, ଚାରିଛକ ଓ ବୀରନର୍ସିଂପୁର ଟିଏମସିରେ ଥିବା ୨୮ଜଣଙ୍କର କରୋନା ପଜିଟିଭ୍ ବହାରିଥିବା ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସେଥି ମଧ୍ୟରୁ କେବଳ ଆଡେନିଗଡ଼ ଟିଏମସିରେ ଥିବା ୩୧ ଜଣ ପ୍ରବାସୀ ଙ୍କ ମଧ୍ୟରୁ ୨୧ଜଣ ପଜିଟିଭ୍ ଥିବା ଜଣାପଡିବା ପରେ ସମଗ୍ର ପଞ୍ଚାୟତ ରେ ଭୟର ବାତାବରଣ ଖେଳାଇ ଯାଇଥିଲା। ପଞ୍ଚାୟତର ପାରିପାର୍ଶ୍ବିକ ସ୍ଥିତିକୁ ଦ୍ରୁଷ୍ଟିରେ ରଖି ଅଧିକ ସତର୍କତା ଅବଲମ୍ବନ କରାଯିବା ପାଇଁ ସରପଞ୍ଚ ନିଜର ସ୍ୱତନ୍ତ୍ର କ୍ଷମତା ବଳରେ ଆଡେନିଗଡ଼ ପଞ୍ଚାୟତକୁ ମେ ୨୦ ତାରିଖଠାରୁ ୨୧ତାରିଖ ପର୍ଯ୍ୟନ୍ତ ୨ଦିନପାଇଁ ସ୍ୱମ୍ପୁର୍ଣ ସର୍ଟଡାଉନ ଘୋଷଣା କରିଛନ୍ତି।
ତେବେ ସବୁଠାରୁ ଆଶ୍ୱସ୍ଥର ବିଷୟ ହେଲା ସ୍ୱାବଟେଷ୍ଟରେ କରୋନା ପୋଜେଟିଭ ବାହାରି ଥିବା ସମସ୍ତ ୨୮ଜଣ ତକ ଦାଦନ ଫେରନ୍ତା ପ୍ରବାସୀ ।ସେମାନଙ୍କ ମଧ୍ୟରୁ ସୁରତ ଫେରନ୍ତା ୨୦, ମହାରାଷ୍ଟ୍ର ଫେରନ୍ତା ୧, ତେଲେଙ୍ଗାନା ଫେରନ୍ତା ୨ ଓ ଆନ୍ଧ୍ରପ୍ରଦେଶ ଫେରନ୍ତା ୫ ବୋଲି ଜଣ ବୋଲି ଜଣାପଡ଼ିଛି। ବୌଦ୍ଧ ଜିଲ୍ଲାରେ ଅଳ୍ପ ଦିନ ମଧ୍ୟରେ ୩୩ ଜଣ କରୋନା ଭାଇରସ ଯୋଗୁଁ ୩୩ ଜଣ ସଂକ୍ରମିତ ହୋଇଛନ୍ତି।