ଟିଟିଲାଗଡ଼ ଷ୍ଟେସନରେ ଅହମଦାବାଦ-ପୁରୀ ଏକ୍ସପ୍ରେସ୍‌ ଟ୍ରେନରୁ ୨ ମୃତଦେହ ଉଦ୍ଧାର

ଟିଟିଲାଗଡ଼: ଅହମଦାବାଦ-ପୁରୀ ଏକ୍ସପ୍ରେସ ଟ୍ରେନରୁ ମଙ୍ଗଳବାର ରାତି ଟିଟିଲାଗଡ଼ ଷ୍ଟେସନରେ ଟ୍ରେନରୁ ୨ ଜଣ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ପ୍ରାଥମିକ ସୂଚନା ଅନୁସାରେ ମୃତକଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମର ବାଲାଜୀ ନାଏକ। ଅନ୍ୟ ଜଣଙ୍କର ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନ ଥିବା ବେଳେ, ତାଙ୍କ ପକେଟରୁ ମିଳିଥିବା ଏକ ଡାଏରୀରେ ଆଦିତ୍ୟ ପ୍ରଧାନ ବୋଲି ଲେଖାଯାଇଛି। ପୁଲିସ ଡାଏରିକୁ ଆଧାର କରି ସଂପୃକ୍ତ ବ୍ୟକ୍ତିଙ୍କର ପରିଚୟ ଖୋଜିବାକୁ ଉଦ୍ୟମ କରିଛି। ଉଭୟଙ୍କ ବୟସ ୪୫ ରୁ ୫୦ ବର୍ଷ ମଧ୍ୟରେ ହେବ।

ସୂଚନା ଅନୁସାରେ ଅହମଦାବାଦ-ପୁରୀ ଏକ୍ସପ୍ରେସ୍‌ ଟ୍ରେନ୍‌ର ଶୟନଯାନ-୯ରେ ୨ଟି ମୃତଦେହ ଥିବା ନେଇ ଯାତ୍ରୀମାନେ ଆରପିଏଫକୁ ସୂଚନା ଦେଇଥିଲେ। ଟ୍ରେନ୍‌ଟି ଷ୍ଟେସନରେ ପହଞ୍ଚିବା ପରେ ୨ ମୃତଦେହକୁ ଟ୍ରେନ୍‌ରୁ ପୋଷ୍ଟମର୍ଟମ ପାଇଁ ନିଆଯାଇଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଆରପିଏଫ ଓ ରେଳବାଇ ପୁଲିସ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର