ଟ୍ରକ ଓ ବାଇକ ଧକ୍କା, ୨ ମୃତ

ଦେବଗଡ଼: ଦେବଗଡ଼ ଥାନାର ଲଇମୁରା ଫାଣ୍ଡି ଅନ୍ତର୍ଗତ ନୂଆଡିହି ଗ୍ରାମ ନିକଟରେ ଗୁରୁବାର ସନ୍ଧ୍ୟାରେ ଟ୍ରକ ଓ ବାଇକ ଧକ୍କା ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର ଦେଓପାଣି ଗ୍ରାମର ଡମ୍ବରୁ ଷଣ୍ଢ ଓ ବାଦୁ କିଷାନ ନିଜ ବାଇକରେ ଆସୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ (ଓଆର-୧୫-ଟି- ୩୬୮୮) ସେମାନଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ଡମ୍ବରୁଙ୍କ ମୃତ୍ୟୁ ଘଟିଥିବାବେଳେ ଆହାତ ବାଦୁଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ କୁଚିଣ୍ଡା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ବାଦୁଙ୍କ ମୃତ୍ୟୁ ଘଟିଛ। ଖବରପାଇ ଦେବଗଡ଼ ଥାନା ପୁଲିସ ପଂହଚି ଶବ ଜବତ କରିବା ସହିତ କୁଚିଣ୍ଡା ଥାନାଚଂଳର ଭୋଜପୁର ନିକଟରୁ ଟ୍ରକକୁ ଜବତ କରିଥିବା ବେଳେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ପୁଲିସ ସୁତ୍ରରୁ ପ୍ରକାଶ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର