ଢେଙ୍କାନାଳ: ମୁହାଁମୁହିଁ କାର୍‌ ଧକ୍କାରେ ଦଂପତ୍ତି ମୃତ, ୨ ଗୁରୁତର

ଢେଙ୍କାନାଳ: ସରଦ ଥାନା ଅଂଚଳରେ ଶନିବାର ୨ଟି କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଏକ ଦଂପତ୍ତିଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨ ଜଣ ଆହତର ସମ୍ମୁଖୀନ ହେବା ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଭାପୁର ଫାଣ୍ଡି ଅନ୍ତର୍ଗତ ଜରିପାଳ ନିକଟରେ ଆଜି ସନ୍ଧ୍ୟାରେ ଅନୁଗୁଳରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା କାର (ଓଡ଼ି ୦୨ବିଏ ୪୪୦୦) ବିପରୀତ ଦିଗରୁ ଆସୁଥିବା କାର (ଓଆର ୦୨ ବିଏସ୍‌ ୭୧୫୦)କୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଭୁବନେଶ୍ୱରରୁ ଆସୁଥିବା କାରରେ ଥିବା ଦଂପତ୍ତି ପ୍ରତାପ ଚନ୍ଦ୍ର ପଟ୍ଟନାୟକ (୬୫) ଓ ତାଙ୍କର ସ୍ତ୍ରୀ ଲୀଲାବତୀ (୬୦)ଙ୍କର ଘଟଣାସ୍ଥଳରେ ହିଁ ମୁତ୍ୟୁ ହୋଇଥିଲା। ଭୁବନେଶ୍ୱରର ପାତ୍ରପଡ଼ା ଅଂଚଳରୁ ସ୍ୱାମ-ସ୍ତ୍ରୀ ଅନୁଗୁଲସ୍ଥିତ ସେମାନଙ୍କର ଏକ ସଂପର୍କୀୟଙ୍କ ଘରକୁ ଯାଉଥିଲେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ଏହି ଘଟଣାର ସମ୍ମୁଖୀନ ହୋଇଥିବା ୨ ଆହତଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର