ମୟୂରଭଂଜ: ସଡ଼କ ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀ ମୃତ, ଜଣେ ଗୁରୁତର

ବାରିପଦା: ମୟୂରଭଂଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ କମାରଡ଼ିହା ରାସ୍ତାର ବେତନାଠିଆରେ ୨ଟି ବାଇକ ମଧ୍ୟରେ ମୁହାଁମୁହିଁ ହେବାରୁ ୨ ଜଣ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ଘଟଣାରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ସିଙ୍ଗଲ ଥାନା ଅନ୍ତର୍ଗତ ବାଉଁଶବଣି ଗାଁର କମଳଲୋଚନ ରାଉଳ (୨୮) ଓ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବସ୍ତା ଅଂଚଳର ଗୋପୀ (୩୦) ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର