ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳରେ ରବିବାର ବଜ୍ରପାତରେ ୨ ଜଣ ଚାଷୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ଆନନ୍ଦପୁର ବ୍ଲକର ବାଉଁସଗଡ଼ ଗାଁର ଭାଗବତ ନାୟକ ଓ ଦୁଃଶାସନ ନାୟକ ଆଜି ଆନନ୍ଦପୁର ପୌରାଞ୍ଚଳ ଅନ୍ତର୍ଗତ ପଦ୍ମପୁର ଗାଁରେ ବିଲାତି କ୍ଷେତରେ କାମ କରିବାକୁ ଯାଇଥିଲେ। ସେମାନେ ବିଲାତି କ୍ଷେତରେ କାମ କରୁଥିବା ବେଳେ ବଜ୍ରପତା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉଭୟ ଭାଗବତ ଓ ଦୁଃଶାସନଙ୍କ ମୃତ୍ୟୁ ଘଟିଛି। ଭାଗବତ ଓ ଦୁଃଶାସନଙ୍କ ମୃତ୍ୟୁ ପରେ ବାଉଁସଗଡ଼ ଗାଁରେ ଶୋକର ଛାୟା ଖେଳି ଯାଇଛି।
ବଜ୍ରପାତ ସମୟରେ ପଦ୍ମପୁର ଗାଁର ସୁଦର୍ଶନ ନାୟକ ଓ ଲିପୁ ସାହୁ ସେଠାରେ ଉପସ୍ଥିତ ଥିଲେ। ସୁଦର୍ଶନ ଓ ଲିପୁ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକଙ୍କର ସହାୟତାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ସେମାନ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି।