କେନ୍ଦ୍ରାପଡ଼ା: ମିନିଟ୍ରକ ଓଲଟି ୨ ମୃତ

କେନ୍ଦ୍ରାପଡ଼ା: କଟକ ଚାନ୍ଦବାଲି ରାସ୍ତାର କେନ୍ଦ୍ରାପଡ଼ା ଜିଲ୍ଲା ଜଜାଙ୍ଗ ନିକଟରେ କେନ୍ଦ୍ରାପଡ଼ା ଜିଲ୍ଲା ଏସପି ଅପିସ ନିକଟରେ) ଏକ ମିନିଟ୍ରକ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଳଟି ପଡ଼ିବା ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ଦୁଇଜଣ ହେଉଛନ୍ତି ମିନିଟ୍ରକର ଡ୍ରାଇଭର ତଥା ପଟ୍ଟାମୁଣ୍ଡାଇ ବାଲିପଡ଼ା ଗାଁର ରମେଶ ସ୍ୱାଇଁ ଓ ପଟ୍ଟାମୁଣ୍ଡାଇ ସହରର ତଥା ମିନିଟ୍ରକ୍‌ର ହେଲପର ପବିତ୍ର ସୂତାର ବୋଲି ପୁଲିସ ପାଥମିକ ଅନୁସନ୍ଧାନରୁ ଜାଣିପାରିଛି।

ସମ୍ବନ୍ଧିତ ଖବର