ବାଲେଶ୍ୱର: ଦୁର୍ଘଟଣାରେ ୨ ମୃତ

ବାଲେଶ୍ୱର: ଆଜି ସକାଳେ ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ସୁବର୍ଣ୍ଣରେଖା ପୋଲ ଉପରେ ଏକ ଅଜଣା ଟ୍ରକ୍‌ ଧକ୍କାରେ ଦୁଇଜଣ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଜଳେଶ୍ୱର ଏସଡିପିଓଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବିଜୟ ଦାସ ଓ ତାଙ୍କର ଜଣେ ସମ୍ପର୍କୀୟା ମଞ୍ଜୁଲତା ଦାସଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ମୃତ ପୁଲିସ ଅଧିକାରୀଙ୍କ ଘର ବାରିପଦା ସହରର କାଳିକାପୁରରେ ଓ ସେ ଆଜି ସକାଳୁ ମୋରଡ଼ା ଥାନା ପଳାସମୁଣ୍ଡୁଳି ଗ୍ରାମର ତାଙ୍କ ସମ୍ପର୍କୀୟା ମଞ୍ଜୁଲତା ଦାସଙ୍କ ସହିତ ବାରିପଦାରୁ ଜଳେଶ୍ୱର ଯିବା ବାଟରେ ଏହି ଦୁର୍ଘଟଣା ଘଟିଛି।

ସମ୍ବନ୍ଧିତ ଖବର