ସୁନ୍ଦରଗଡ଼: ଟ୍ରଲର- କମାଣ୍ଡର ମୁହାଁମୁହିଁ ଧକ୍କା, ୨ ମୃତ, ୩ ଗୁରୁତର

ସୁନ୍ଦରଗଡ଼: ଆଜି ଦିନ ପ୍ରାୟ ୧ଟା ବେଳେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ କନିକା- ହେମଗିରି ମୁଖ୍ୟ ରାସ୍ତାର ବ୍ରାହ୍ମଣୀ ପୋଲ ନିକଟରେଏକ କୋଇଲା ବୋଝେଇ ଟ୍ରଲର ଓ ଏକ ଯାତ୍ରୀବାହୀ କମାଣ୍ଡର ଜିପ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିିଛି। ଅନ୍ୟ ୩ ଜଣ ଆହତ ହୋଇ ହେମଗିରି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଓଡି୧୬ଇ ୧୧୮୧ ନମ୍ବର ବିଶିଷ୍ଟ ୧୮ ଚକିଆ ଟ୍ରଲରଟି କୁଲତା ଖଣିରୁ କୋଇଲା ନେଇ ଯାଉଥିିବା ବେଳେ ବ୍ରାହ୍ମଣୀ ନଦୀର ଆପ୍ରୋଚ୍‌ ରୋଡରେ ଓ ଆର ୧୫ ଏ ୪୫୪୫ ନମ୍ବର ବିଶିଷ୍ଟ ଏକ ଯାତ୍ରୀବାହୀ କମାଣ୍ଡରକୁ ଧକ୍କା ଦେଇଥିଲା। ଫଳରେ କମାଣ୍ଡର ଡ୍ରାଇଭର ଶୁକ୍ରୁ ଭୋଇ(୩୩ ବର୍ଷ), ଓ ଅନ୍ୟ ଜଣେ ଯାତ୍ରୀ ଜିତେନ୍ଦ୍ର ରାୟ(୫୪ ବର୍ଷ)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ କମାଣ୍ଡରର ଯାତ୍ରୀ ଆହତ ହୋଇଥିଲେ। ଏହି ଦୁର୍ଘଟଣା ଘଟାଇ ଟ୍ରଲରଟି ରାସ୍ତାକଡ଼ରେ ଠିଆ ହୋଇଥିିବା ଦୁଇଜଣଙ୍କୁ ମଧ୍ୟ ଧକ୍କା ଦେଇଥିଲା। ସମସ୍ତ ୩ ଜଣ ଆହତଙ୍କୁ ଉଦ୍ଧାର କରଯାଇ ଡାକ୍ତରଖାନାରେ ଭର୍ତ୍ତ କରାଯାଇଛି।

ସମ୍ବନ୍ଧିତ ଖବର