ରାସ୍ତାକଡ଼ରେ ଥିବା ହାଇଓ୍ଵା ଟିପରକୁ ଧକା ଦେଲା ଅନ୍ୟ ଏକ ହାଇଓ୍ଵା ଟିପର, ୨ ଗୁରୁତର

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର କେଲାର ନିକଟ ୩୨୬ ନମ୍ବର ଜାତୀୟ ରାଜପଥ କଡରେ ଶନିବାର କୋଡିଙ୍ଗା ମାଳିର ଖଣି ପରିବହନରେ ନିୟୋଜିତ ଦୁଇଟି ହାଇଓ୍ଵା ଟିପର ମଧ୍ୟରେ ଧକା ହୋଇଛି। ଏହି ଦୁର୍ଘଟଣାରେ ଦୁଇ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି।

କୋଡିଙ୍ଗାମାଳିରୁ ବକ୍ସାଇଟ୍‌ ଧରି କାକିରିଗୁମା ଡମ୍ପିଂୟାଡ୍‌ ଅଭିମୁଖେ ଯାଉଥିବା ହାଇଓ୍ଵା (ଓଡ଼ି ୦୫ଏଏଫ ୦୫୫୫) ରାସ୍ତାକଡରେ ଠିଆ ହୋଇଥିବା ଅନ୍ୟ ଏକ ହାଇଓ୍ଵା (ଓଡ଼ି ୧୦କେ ୮୭୯୯)କୁ ଧକ୍କା ଦେଇଥିଲା। ଧକ୍କା ଦେଇଥିବା ହାଇଓ୍ଵା ଭିତରେ ବସିଥିବା ଜଣେ ପାସେଞ୍ଜର ଅଜିତ ବିଡିକା ଓ ହେଲ୍‌ପର ପ୍ରମୋଦ ଖରା ଗୁରୁତର ଆହାତ ହୋଇଥିବା ବେଳେ ଉଭୟ ହାଇଓ୍ଵା ଚାଳକ ଘଟଣାସ୍ଥଳରୁ ଫେରାର ଅଛନ୍ତି। ଆହାତମାନଙ୍କୁ ପ୍ରଥମେ କାକିରିଗୁମା ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଜିବା ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଜାଇଛି।

କାକିରିଗୁମା ପୁଲିସ ସମେତ କମ୍ପାନିର କର୍ମଚାରୀମାନେ ବାରମ୍ବାର ତାଗିଦ କରିବା ପରେ ବି ରାସ୍ତା କଡରେ ବକ୍ସସାଇଟ୍‌ ବୋଝେଇ ଟିପର ଗୁଡିକ ରଖୁଥିବା ଓ ୪୦ କିଲୋମିଟର ବେଗରେ ଚଳାଇବାକୁ ନିୟମ ରହିଥିବା ସତ୍ତ୍ୱେ ଦୃତ ଗତିରେ ଗାଡି ଚଳାଉଥୁବା କାରଣରୁ ବାରମ୍ବାର ଏପରି ଦୁର୍ଘଟଣା ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଲକ୍ଷ୍ମୀପୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରି ଥିବା ବେଳେ କାକିରିଗୁମା ଥାନାରେ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରାଯାଇଥିବା ଆଇଆଇସି ଧିରେନ କୁମାର ପଟନାୟକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର