ଲକ୍ଷ୍ମୀପୁର: ଘାଟୀରେ ୨ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଗୁରୁବାର ସକାଳ ୮ଟାରେ ଜଣେ ଡାକ୍ତର ଓ ଜଣେ ଆଇଟିଆଇ ଛାତ୍ର ଆହତ ହୋଇଛନ୍ତି। ଉଭୟଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱ୍ୟାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କୋରାପୁଟ ଜିଲ୍ଲା ଦାମନଯୋଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ସୁଶିଲ୍ ବିଷୋଇ ଆଜି ଟିକିରିରୁ ବାଇକରେ ଦାମନଯୋାଡି ଅଭିମୁଖେ ଯାଉଥିବା ବେଳେ ଡୁମୁରିପଦର ନିକଟରେ କ୍ଷୀରୋଦ ବିଷୋଇଙ୍କ ସହ ଧକ୍କା ହୋଇଥିଲା। କ୍ଷୀରୋଦ ଲକ୍ଷ୍ମୀପୁର ଆଇଟିଆଇ କଲେଜକୁ ଆସୁଥିଲେ। ଫଳରେ ଛାତ୍ରଙ୍କ ସହ ଅନ୍ୟ ଜଣେ ସାଙ୍ଗ ସହ ତିନିଜଣ ରାସ୍ତା ଉପରେ ଛିଟିକି ପଡିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଦୁଇ ବାଇକ୍ ଆରୋହୀ ଆହତ ହୋଇ ରାସ୍ତାରେ ପଡି ଛଟପଟ ହେଉଥିବା ବେଳେ ସେହି ରାସ୍ତା ଦେଇ ନିଜ ସ୍କୁଲ କେସ୍କାପାଡିକୁ ଜାଉ ଥିବା ଜଣେ ଶିକ୍ଷକ ଘଟଣାସ୍ଥଳରେ ଏହି ଦୃଶ୍ୟ ଦେଖି ଦୁଇଜଣ ଆହତଙ୍କୁ ଉଠାଇ ଡୁମୁରିପଦର ଗ୍ରାମର କିଛି ଯୁବକଙ୍କ ସାହାଯ୍ୟରେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥଲେ।
ଡୁମୁରିପଦରରୁ ଆସୁଥିବା ଦୁଇଜଣ ଛାତ୍ରଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଭଲ ଥିବାବେଳେ ଅନ୍ୟ ଜଣେ ଛାତ୍ର ଆହତ ହୋଇ ଅଧଘଣ୍ଟା ପର୍ଯ୍ୟନ୍ତ ଚେତାଶୁନ୍ୟ ହୋଇ ରହି ଥିଲେ। ଅପରପଟେ ମୁଣ୍ଡରେ ହେଲମେଣ୍ଟ ଥିବାରୁ ଡାକ୍ତର ଜଣକ ଅଳ୍ପକେ ବର୍ତ୍ତି ଜାଇଥିଲେ ମଧ୍ୟ ତାଙ୍କର ମୁହଁରୁ ସବୁ ଦାନ୍ତ ଉପୁଡି ପଡିଛି।