ଢେଙ୍କାନାଳ: ସରାଙ୍ଗ ପେଟ୍ରୋଲ ପମ୍ପ ନିକଟରେ ଟ୍ରକ- ସ୍କୁଟି ଧକା, ଝିଅ-ଝିଆରୀ ସହ ମା ମୃତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ ପେଟ୍ରୋଲ ପମ୍ପ ନିକଟରେ ଶନିବାର ସନ୍ଧ୍ୟାରେ ୧୦ ଚକିଆ ଟ୍ରକ (ଓଆର ୦୯ଜେ ୫୮୧୧) ସହିତ ସ୍କୁଟି (ଓଡ଼ି ୧୯ଜି ୪୮୪୮)କୁ ଧକ୍କା ଦେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ତାଳଚେରର କାଙ୍କିଳି ପଂଚାୟତର କାକୁଡି ଗାଁରୁ ମୁଣ୍ଡେଇଲୋ ଗାଁକୁ ସ୍କୁଟି ମା’ ନମିତା ଶତପଥୀ (୪୨ବର୍ଷ) ଝିଅ ଶ୍ରାବଣୀ ଶତପଥୀ (୨୦ବର୍ଷ) ଓ ମାମୁଁ ଝିଅ ଲଭଲି ଦେବତା (୭ବର୍ଷ) ଯାଉଥିବା ବେଳେ ତାଳଚେର ଆଡୁ ଆସୁଥିବା ଟ୍ରକ ତାଙ୍କ ଉପରେ ଚଢି ଯାଇଥିଲା। ଯାହାଫଳରେ ଶ୍ରାବଣୀଙ୍କର ଘଟଣା ସ୍ଥଳରେ ମୃତ ହୋଇଥିବା ବେଳେ ଲଭଲିଙ୍କର ତାଳଚେର ମଣ୍ଡାପାଳ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ ହୋଇଛି। ମା’ ନମିତା ଗୁରୁତର ଆହତ ହୋଇ ଚିକିତ୍ସାଧିନ ଥିବା ସମୟରେ ମୃତ୍ୟୁ ବରଣ କରିଛନ୍ତି । ଏହାକୁ ନେଇ ରାସ୍ତା ଅବରୋଧ ହୋଇଛି। ପରଜଙ୍ଗ ପୁଲିସ ଯାଇ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର