ବାଲେଶ୍ୱର: ବାଇକରୁ ପୋଲ ତଳକୁ ଖସିପଡ଼ି ଶଳାଭିଣୋଇ ମୃତ

ବାଲେଶ୍ୱର: ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ପାଗାନଈ ପୋଲ ଉପରୁ ଖସିପଡ଼ି ଦୁଇ ଜଣ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ଦୁଇଣ ସମ୍ପର୍କରେ ଶଳା – ଭିଣୋଇ ବୋଲି ଜଣାପଡ଼ିଛି। ବାଇକ୍‌ରେ ଖସିପଡ଼ିଥିବା ନେଇ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ଓ ଦମକଳ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅଞ୍ଚଳର ସୁଦର୍ଶନ ହେମ୍ବ୍ରମ(୨୪ ବର୍ଷ) ତାଙ୍କ ଭିଣୋଇ ତଥା ସଦର ଥାନା ଅନ୍ତର୍ଗତ ପାଗାନଈ ଗ୍ରାମର କାୟା(୩୦ ବର୍ଷ)ଙ୍କ ସହିତ ଏକ ମୋଟର ସଇକେଲରେ ଯାଉଥିବା ବେଳେ ପାଗାନଈ ପୋଲ ଉପରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲେ। ପୋଲ ତଳକୁ ଖସିପଡ଼ିବା ସହିତ ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଉଭୟ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ତେବେ ଏ ନେଇ କେତେକ ସ୍ଥାନୀୟ ଲୋକ ପୁଲିସ ଓ ଦମକଳ ବାହିନୀକୁ ଖବର ଦେବାରୁ ସେମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର