ବାଲେଶ୍ୱର: ପଶ୍ଚିମବଙ୍ଗରେ ୨ ଓଡ଼ିଆ ହୀରା ବ୍ୟବସାୟୀ ଗିରଫ, ବିଭିନ୍ନ ଆକୃତିର ୯ ଖଣ୍ଡ ହୀରା ଜବତ

ବାଲେଶ୍ୱର: ଓଡ଼ିଶାରୁ ହୀରା କାରବାର ଚେର ପଶ୍ଚିମବଙ୍ଗ ଯାଏଁ ଲମ୍ବିଛି। ପଶ୍ଚିମବଙ୍ଗର ହିଜିରି ରେଳ ଷ୍ଟେସନରୁ ଗୁରୁବାର ୨ ଜଣ ଓଡ଼ିଆ ହୀରା ବ୍ୟବସାୟୀ ଗିରଫ ହେବା ପରେ ହୀରା କାରବାର ପର୍ଦ୍ଦାଫାଶ ହୋଇଛି।

ସୂଚନା ଅନୁସାରେ ଜିଆରପି ଓ ଖଡ଼ଗପୁର ଟାସ୍କଫୋର୍ସ ହୀରାକାର ସହିତ ସଂପୃକ୍ତ ବାଲେଶ୍ୱର ଜିଲ୍ଲାର ସୋର ଥାନା ଅନ୍ତର୍ଗତ ସାଜନପୁର ନିକଟ କେଶପୁର ଗ୍ରାମର ରଘୁନାଥ ମହାନ୍ତିଙ୍କ ପୁଅ ଅନାଦୀ ଚରଣ ମହାନ୍ତୀ (୫୫) ଓ ଅନୁଗୁଳ ଜିଲ୍ଲାର ବିକ୍ରମପୁର ଥାନା ଅନ୍ତର୍ଗତ ଶରଣକୂଳ ଗ୍ରାମର ସ୍ୱର୍ଗତ ଖଦାଳ ରଣାଙ୍କ ପୁଅ ବାବୁଲା ରଣା ଓରଫ ବାବୁଲା (୫୬)କୁ ଗିରଫ କରିଛି।

ପୁଲିସ ଯାଞ୍ଚ ବେଳେ ନାଲି-ଧଳା ରଂଗର ଏକ ଛୋଟ ବ୍ୟାଗରୁ ୯ ଖଣ୍ଡ ବିଭିନ୍ନ ଆକୃତିର ହୀରା ଜବତ କରିଛି। ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ୦୯.୭୩୦ ଗ୍ରାମର ଏହି ହୀରା ୪୮ କ୍ୟାରେଟ୍‌ର। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ୩ଟି ମୋବାଇ, ଗୋଟିଏ ଏଟିଏମ କାର୍ଡ ଜବତ କରି ଘଟଣା ସଂପର୍କରେ ଅଧିକ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର